ଜିଲ୍ଲା କ୍ରୀଡ଼ା ସ°ସଦ ଅଫିସ ଗୃହ ନବୀକରଣ ଉଦଘାଟନ ଓ ଗ୍ୟାଲେରୀ ନବୀକରଣ ର ଶୁଭ ପ୍ରଦାନ ଉତ୍ସବ। – ବରଗଡ଼

ଓଡ଼ିଶା ତାଜା ନ୍ୟୁଜ (୧୫ ନଭେମ୍ବର ରବିବାର) ବରଗଡ଼ :- ବରଗଡ଼ ଜିଲ୍ଲା ରେ କ୍ରୀଡା ର ଉନ୍ନତି ପାଇଁ ରାଜ୍ୟ ସରକାର ସବୁବେଳେ ପ୍ରସ୍ତୁତ ତେବେ ଏକ ନୂତନ ପୂର୍ଣ୍ଣ ବୟାବୟ ଷ୍ଟାଡିୟମ ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ ଜମି ଯୋଗାଇ ଦେଲେ ଏହା ସମ୍ଭବପର ବୋଲି ବରଗଡ଼ ଜିଲ୍ଲା କ୍ରୀଡ଼ା ସ°ସଦର ଅଫିସ ଗୃହ ନବୀକରଣ କୁ ଉଦଘାଟନ ଉତ୍ସବରେ ଯୋଗ ଦେଇ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ମତବ୍ୟକ୍ତ କରିଥିଲେ। ଆଜି ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ କହିଲେ ଯେ,ଏବେ ଥିବା ତିନି ଷ୍ଟାଡିୟମ ସବୁ ଖେଳ ପାଇଁ ଉପଯୋଗୀ ହୋଇପାରୁନାହିଁ। ଏଥିପାଇଁ ଆମକୁ ଭିତ୍ତିଭୂମିର ଆବଶ୍ୟକ ହେଉଛି ।

ଏଥିପାଇଁ ଜିଲ୍ଲାପାଳ ତଥା କ୍ରୀଡ଼ା ସଂସଦର ସଭାପତି ବିଶେଷ ଭାବେ ଦୃଷ୍ଟି ଦେବାକୁ କହିଥିଲେ। ଅନ୍ୟ ଅତିଥି ଭାବେ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ଯୋଗଦେଇ ଷ୍ଟାଡିୟମ ର ଉନ୍ନତି କରଣ ପାଇଁ ଧ୍ୟାନ ଦିଆଯିବା ସହ ପରିବର୍ଦ୍ଧିତ ଷ୍ଟାଡିୟମ ପାଇଁ ଆବଶ୍ୟକ ଜମି ଖୁବ୍ ଶୀଘ୍ର ଯୋଗାଇ ଦିଆଯିବ ବୋଲି କହିଥିଲେ। ସ°ସଦ ଉପ ସଭାପତି ଯୁଗଲ ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଧାରଣ ସମ୍ପାଦକ କିଶୋର ମିଶ୍ର ସ୍ବାଗତ ଭାଷଣ ଏବଂ ଉତ୍ସବ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।

ଶେଷରେ ସଂସଦ ର ଖେଳ ସମ୍ପାଦକ ରବିନାରାୟଣ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଅବସରରେ ଗ୍ୟାଲେରୀ ନବୀକରଣ ର ଶୁଭ ପ୍ରଦାନ ଅତିଥି ଦ୍ବୟଙ୍କ ଦ୍ବାରା କରାଯାଇଥିଲା । ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ତୁଷାର ମିଶ୍ର,ହରଦୀପ ସିଂ, ସୁବ୍ରତ କୁମାର ଚାଟାର୍ଜୀ,ହରିହର ସାହୁ, ନବୀନ ଲାଠ,ପ୍ରଦୀପ ନନ୍ଦ,ପ୍ରେମ ନାଥ ଗିରି,ଗ୍ୟାନ ରଞ୍ଜନ ପୂଜାରୀ, ଶ୍ୟାମ ସୁନ୍ଦର ଆଦାବର, ମହେନ୍ଦ୍ର ଦାସ,ଓ୍ବିଲସନ ସିଂ ପ୍ରମୁଖ ଉପସ୍ଥିତ ଥିଲେ। (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)

Exit mobile version