ଜିଲ୍ଲାରେ ଆଜି ୧୧ କରୋନା ଆକ୍ରାନ୍ତ ଚିହ୍ନଟ,୩୫ ସୁସ୍ଥ ଏବଂ ଜଣେ ପୁରୁଷ ମୃତ – ଢେଙ୍କାନାଳ

 

ଓଡ଼ିଶା ତାଜା ନ୍ୟୁଜ (୧୫ ନଭେମ୍ବର ରବିବାର) ଢେଙ୍କାନାଳ :- ଜିଲ୍ଲାରେ ଆଜି ଆଉ ୧୧ ଜଣ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଢେଙ୍କାନାଳ ପୌରାଞ୍ଚଳରୁ ୩ ଜଣ, ହିନ୍ଦୋଳ ବ୍ଲକରୁ ୨ ଜଣ, କାମାକ୍ଷାନଗର ଏବଂ ଭୁବନ ଏନ୍ ଏ ସି ରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଗନ୍ଦିଆ,

କାମାକ୍ଷାନଗର, ଭୁବନ ଓ କଙ୍କଡାହାଡ ବ୍ଲକରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ଆଉ ୩୫ ଜଣ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି। କାମାକ୍ଷାନଗର ଅନ୍ତର୍ଗତ ଭାଗିରଥି ପୁର ଅଞ୍ଚଳର ଜଣେ ୫୦ ବର୍ଷୀୟ ପୁରୁଷ ସମ୍ବଲପୁର କୋଭିଡ୍ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି। ଆଜିସୁଦ୍ଧା ଜିଲ୍ଲାରେ ୫,୪୬୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୫,୨୮୭ ଜଣ ସୁସ୍ଥ ହୋଇଛନ୍ତି।୧୫୬ ଜଣ ଚିକିତ୍ସାଧୀନ ଥିବାବେଳେ ସମୁଦାୟ ୨୩ ଜଣ ମୃତ୍ୟୁବରଣ କରିଛନ୍ତି।

ଜନସାଧାରଣ କୋଭିଡ୍ ନିୟମ ଅନୁପାଳନ କରି ଶୀତ ଋତୁ ସମୟରେ ପୂଜା ପାର୍ବଣରେ ସମାଗମ ଠାରୁ ଦୂରେଇ ରହିବା,ମାସ୍କ ବ୍ୟବହାର, ସାମାଜିକ ଦୂରତା ରକ୍ଷା ସହ ଜରୁରୀ କାମ ନଥିଲେ ଘରୁ ନ ବାହାରିବାକୁ ଓ ନିଜ ସ୍ଵାସ୍ଥ୍ୟ ଏବଂ ପରିବାର ସ୍ବାସ୍ଥ୍ୟ ପ୍ରତି ସତର୍କ ରହି କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଛି। (ରିପୋର୍ଟ୍, ଅମର ରଞ୍ଜନ ଦାସ।)

Exit mobile version