କଳାହାଣ୍ଡିରେ ଧାନ ମଣ୍ଡି ଆରମ୍ଭ, ପ୍ରାଥମିକ ପର୍ଯ୍ୟାୟରେ ୩୦ ଲକ୍ଷ କ୍ୱଣ୍ଟାଲ ଧାନ ଉଠାଣ ଲକ୍ଷ

ଓଡ଼ିଶା ତାଜା ନ୍ୟୁଜ (୧୫ ନଭେମ୍ବର ରବିବାର) କଳାହାଣ୍ଡି  :ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ କଳାହାଣ୍ଡି ଜିଲ୍ଲାରେ ନଭେମ୍ବର ୧୫ ତାରିଖ ଠାରୁ ମଣ୍ଡିରେ ଧାନ କିଣା ଆରମ୍ଭ ହୋଇଛି।ଆଜି ଜିଲ୍ଲାର ଜୟପାଟଣା ବ୍ଲକ ଅନ୍ତର୍ଗତ ବାନେର ଧାନମଣ୍ଡି ଓ ନର୍ଲା ବ୍ଲକ ସ୍ଥିତ ଭୀମକେଲା ମଣ୍ଡିରେ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ଉପସ୍ଥିତିରେ ପୂର୍ବ ପ୍ରସ୍ତୁତି ସହ ମଣ୍ଡିର ଶୁଭାରମ୍ଭ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ସରକାର ଜିଲ୍ଲାରୁ ୩୦ ଲକ୍ଷ କ୍ୱଣ୍ଟାଲ ଧାନ ଉଠାଣ ପାଇଁ ଲକ୍ଷ ଧାର୍ଯ୍ୟ କରିଥିବା ବେଳେ ଜିଲ୍ଲାରୁ ୨୧୦ଗୋଟି ପିପିସି ମାଧ୍ୟମରେ ଧାନ କିଣା ପାଇଁ ନିଷ୍ପତ୍ତି ନିଆଯାଇଥିବା

 

ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଅଶୋକ କୁମାର ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ଭୀମକେଲା ଉପମଣ୍ଡିରେ ଜିଲ୍ଲା ପ୍ରଶାସନର ସହକାରୀ ନିବଦ୍ଧକ ସୁରେନ୍ଦ୍ର ମାଝୀ, ସହକାରୀ ଯୋଗାଣ ଅଧିକାରୀ ଧୂମାରାମ ମୁର୍ମୁ, ଆର୍.ଏମ.ସି ସମ୍ପାଦକ ଭବନାଥ ରାୟଗୁରୁ, ନର୍ଲା ଯୋଗାଣ ନୀରିକ୍ଷକ ସନ୍ତୋଷ କୁମାର ପଧାନ, ଭାନପୁର ସମବାୟ ସମିତି ଅତିରିକ୍ତ ସମ୍ପାଦକ ସୁଧୀର ନାଏକ, ଆର୍.ଏମ.ସି କର୍ମଚାରୀ ଗୁଣନିଧି କରୁଆଁ , ଚାଷୀ କୁବେର ଚନ୍ଦ୍ର ସାହୁ,ଜୟନ୍ତ ଗଉଡ ସହ କହ୍ନେଇ ଏଗ୍ରୋ, ରାମାନୁଜ ଓ ସିଦ୍ଧାର୍ଥ ମିଲର ମାଲିକ,ଏଜେଣ୍ଟ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମ ଦିନରେ ଏହି ମଣ୍ଡିରୁ ଚାଷୀ କିରଣ ଭୋଇ,ମୁକେଶ ସାହୁ, ସୁରେଶ ଶର୍ମା, ପଦ୍ମିନୀ ଭୋଇଙ୍କ ଠାରୁ ୧୯୯ କ୍ୱଣ୍ଟାଲ ୧ କେଜି ଧାନ ସଂଗ୍ରହ କରାଯାଇଥିଲା। (ରିପୋର୍ଟ ପ୍ରଦୀପ କୁମାର ଗଉଡ)

Exit mobile version