ଜୀବନ ବିନ୍ଦୁ ରକ୍ତ ଦାନ ଶିବିର ୧୦୪ ୟୁନିଟ ରକ୍ତ ସଂଗ୍ରହ – ଓଡ଼ଗାଁ

 

ଓଡ଼ିଶା ତାଜା ନ୍ୟୁଜ୍ ( ୧୫ ନଭେମ୍ବର ରବିବାର ) ଓଡ଼ଗାଁ :- ରାଜ୍ୟ ସରକାରଙ୍କ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟ୍ୟମ ରେ ଆଜି ଓଡଗାଁ ଇନଡୋର ଷ୍ଟାଡିୟମ ଠାରେ ଓଡ଼ଗାଁ ବିଜୁଜନତା ଦଳ ତରଫରୁ ମାନ୍ୟବର ମନ୍ତ୍ରୀ ତଥା ଡଃ ଅରୁଣ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।

ଆଖ ପାଖ ଅଞ୍ଚଳର ଅନେକ ସ୍ବଚ୍ଛାକୃତ ରକ୍ତଦାତା ଯୋଗ ଦେଇ ଥିଲେ । ୧୦୪ ୟୁନିଟ ରକ୍ତ ନୟାଗଡ ରକ୍ତ ଭଣ୍ଡାରର କର୍ମକର୍ତ୍ତା ଙ୍କ ସହାୟତା ରେ ସଂଗ୍ରହୃତ ହୋଇଛି ସ୍ଥାନୀୟ ଜନପ୍ରତିନିଧି ଶ୍ରୀ ବିଭୁ ପ୍ରସାଦ ସାହୁ ଜିଲ୍ଲା ପରିଷଦ ଜୋନ ୨ ଓ ଶ୍ରୀ ଲୋକନାଥ ସାହୁ ଜିଲା ପରିଷଦ ଜୋନ ୧ ଉପସ୍ଥିତ ଥିଲେ ।

ଓଡଗାଁ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଜଗଦିଶ ପ୍ରଧାନଙ୍କ ଦ୍ବାରା ରକ୍ତଦାତା ସ୍ବାସ୍ଥ୍ୟ ପରିକ୍ଷା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୁବକ , ଛାତ୍ର ଓ ସ୍ବଚ୍ଛାସେବୀ ମଧ୍ୟ୍ୟ ଯୋଗ ଦେଇ ଥିଲେ । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )

Exit mobile version