କଟକରେ ଶାନ୍ତିପୂର୍ଣ୍ଣ ଭାବେ ୭୦ଟି କାଳୀ ମେଢ଼ର ଭଷାଣୀ କରାଗଲା

 

ଓଡ଼ିଶା ତାଜା ନ୍ୟୁଜ୍ (୧୫ ନଭେମ୍ବର ରବିବାର) କଟକ  :- କଟକରେ ମା କାଳୀଙ୍କ ଭଷାଣୀ ପର୍ବ ରବିବାର ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ମାତ୍ର କେଇ ଘଣ୍ଟା ମଣ୍ଡପରେ ରହିବା ପରେ ଆଜି ଶ୍ରଦ୍ଧାଳୁଙ୍କ ଠାରୁ ବିଦାୟ ନେଇଛନ୍ତି ମା କାଳୀ।କଟକ ସହରରେ 70 ରୁ ଉର୍ଦ୍ଧ୍ୱ ମଣ୍ଡପରେ ହୋଇଥିବା ମା କାଳୀଙ୍କ ମୃଣ୍ମୟୀମୂର୍ତ୍ତି ପୂଜା ପାଇଥିବାବେଳେ ଆଜି ଥିଲା ଭଷାଣୀ। ପୁର୍ବରୁ କମିସନରେଟ୍ ପୋଲିସ୍ ସହ ବିଭିନ୍ନ ପୂଜା କମିଟି ଓ ଶାନ୍ତି କମିଟିର କର୍ମକର୍ତ୍ତା ମାନଙ୍କର ବୈଠକ ହୋଇଥିଲା ।

ବୈଠକର ନିଷ୍ପତ୍ତି ଅନୁଯାୟୀ କାଳୀପୂଜା ପରଦିନ ଅର୍ଥାତ ଆଜି ଭଷାଣୀ ସରିଛି। କୋଭିଡ୍ ନିୟମ ଅନୁସାରେ ସୀମିତ ସଂଖ୍ୟାରେ ପୁଜକ ଓ କମିଟିର ସଦସ୍ୟ ମାନେ ମଣ୍ଡପରେ ରହି ପୂଜାକୁ ଶେଷ କରିଥିଲେ। ଆଉ ଆଜି ଭଷାଣୀ ସମୟରେ ଟାଟା ଏସି,ଟ୍ରାକ୍ଟର ସାହାଯ୍ୟରେ ସାହି ପରିକ୍ରମା ନ କରି ସିଧାସଳଖ କାଠଯୋଡିର ଦେବୀଗଡା ଏବଂ ଅନ୍ୟ କୃତ୍ରିମ ପୋଖରୀ ଅଭିମୁଖେ ଯାତ୍ରା କରି , ମା କାଳୀଙ୍କୁ ବିସର୍ଜିତ କରାଯାଇଥିଲା ।

ତେବେ ବିସର୍ଜନ ପାଇଁ ସହରରେ 14 ଟି ସ୍ଥାନରେ କୃତିମ ଜଳାଶୟ କରାଯାଇଥିଲା। ମେଢଗୁଡିକୁ ପୋଲିସ୍ ସୁରକ୍ଷା ବଳୟ ଭିତରେ ରହି ବିସର୍ଜନ କରାଯାଇଥିଲା, ବେଳେ ଭଷାଣୀ ପାଇଁ ସହରରେ ବିଭିନ୍ନ ସ୍ଥାନରେ ପୋଲିସ୍ ଫୋର୍ସ ମୁତୟନ କରାଯାଇଥିଲା। ତେବେ ଏହିଭଳି ଭାବେ ମା ଙ୍କ ପୂଜା ଓ ଭଷାଣୀ କରାଯାଇଥ ବାରୁ ସମସ୍ତେ ଦୁଃଖ ପ୍ରକାଶ କରିଥିଲେ । (କଟକ ରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ) 

Exit mobile version