ଗଜପତି : ରାୟଗଡ଼ ବ୍ଲକର କୁମୁଲିଶିଂ ପଞ୍ଚାୟତର କଞ୍ଚିମୁଣ୍ଡା ଗ୍ରାମ ଠାରୁ ସର୍ଗଲ ମଧ୍ୟରେ ଟ୍ରାକ୍ଟର ଦୁର୍ଘଟଣା ଗ୍ରସ୍ତ ଜଣ ଙ୍କ ମୃତ୍ୟୁ ୩ ଜଣ ଗୁରୁତର

ଓଡ଼ିଶା ତାଜା ନ୍ୟୁଜ୍ (୧୪ ନଭେମ୍ବର ଶନିବାର )  ଗଜପତି  :- ପାରଳାଖେମୁଣ୍ଡି  ଗଜପତି ଜିଲ୍ଲା ଅନ୍ତର୍ଗତରାୟଗଡ ବ୍ଲକ ର କୁମୁଲାସିଂ ପଞ୍ଚାୟତ ଅନ୍ତର୍ଗତ କଞ୍ଚିମୁଣ୍ଡାଠାରୁ ସରଗଲ ମଧ୍ୟରେ ଥିବା ଏକ ଗଡ଼ାଣି ନିକଟରେ ଆଜି ସକାଳ ପ୍ରାୟ ୮ ଘଣ୍ଟା ସମୟରେ ଭାରସାମ୍ୟ ହରାଇ ଏକ ଇଟା ବୋଝେଇ ଟ୍ରାକ୍ଟର (ଓଡି୨୦ ୫୮୮୩)ଦୁର୍ଘଟଣା ଗ୍ରସ୍ତ ହୋଇଛି। ଗାଡିଟିର ଡାଲା ଉପରେ ଗାଡିରେ କାମ କରୁଥିବା ଶ୍ରମିକମାନେ ବସି ଥିଲେ ଓ ଟ୍ରାକ୍ଟରଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଶ୍ରମିକମାନଙ୍କ ଉପରେ ଇଟା ଗୁଡ଼ିକ ଲଦି ହୋଇ ଯାଇଥିଲା ।

ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହିତ ଅଟୋ ଯୋଗେ ରାୟଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ସବୀର କୁମାର ବଳ ତୁରନ୍ତ ସେମାନଙ୍କ ପ୍ରାଥମିକ ଚିକିତ୍ସା କରିବା ସହିତ ୩ ଜଣ ଗୁରୁତର ଦୀପକ ଭୂୟାଁ(୨୫), ରମେଶ ଭୂୟାଁ(୩୧), ଟୁନା ଶବର(୨୫) ଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ପଠାଇ ଥିବା ବେଳେ ମୁଖ୍ୟ ଚିକିତ୍ସାଳୟରେ ଦୀପକ ଭୂୟାଁ (୨୫) ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି             (ଗରୁଡ଼ ଧ୍ଵଜ ଚୌଧୁରୀ)

Exit mobile version