ଚାନ୍ଦପୁର ଥାନାରେ : କାହ୍ନୁ ଙ୍କ ବିସ୍ଫୋରକ ବୟାନ…

ଓଡ଼ିଶା ତାଜା ନ୍ୟୁଜ୍ (୧୪ ନଭେମ୍ବର ଶନିବାର ) ଚାନ୍ଦପୁର :- ରଣପୁର ବ୍ଲକର ଚାନ୍ଦପୁର ପୋଲିସ ଆତଙ୍କରାଜ ଚଳାଇଥିବା କାହ୍ନୁ ଚରଣ ପ୍ରଧାନ ଙ୍କୁ ଗିରଫ କରି ବଡ଼ ସଫଳତା ହାସଲ କରିଛନ୍ତି । ଚାନ୍ଦପୁର ଥାନାରେ  କାହ୍ନୁ ଏବେ ବିସ୍ଫୋରକ ବୟାନ ଦେଇଛି । ସେହି ବୟାନ ରେ ୫ଜଣ ଙ୍କ ନାମ ଉଲ୍ଲେଖ କରିଛି କାହ୍ନୁ । ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ରେ ଆତଙ୍କ ସୃଷ୍ଟି କରିଥିଲା କାହ୍ନୁ ଙ୍କ ଗ୍ରୁପ୍ । ସେହି ଗ୍ରୁପ୍ ର ୫ ଜଣ ଙ୍କ ନାମ ପରିପ୍ରକାଶ କରିଛି କାହ୍ନୁ । ପ୍ରଥମେ ପୂର୍ବତନ ଆଇଆଇସି  ଗିରିଜା ଶଙ୍କର ରଥ , ଜୈନିକ ସାମ୍ବାଦିକ ସୁକାନ୍ତ ଡାକୁଆ , ସରୋଜ ସେଠୀ , କାଳିଆ ପ୍ରଧାନ ଙ୍କ ନାମ ସମ୍ପୃକ୍ତ ଅଛନ୍ତି ବୋଲି କାହ୍ନୁ ବୟାନ ଦେଇଛି । କାହ୍ନୁ ର ବିସ୍ଫୋରକ ବୟାନ ରେ ନୟାଗଡ଼ ରୁ ରଣପୁର ଯାଏଁ ବିସ୍ତାର କରିଥିବା ଆତଙ୍କରାଜ ର ଖୁଲାସା କରିଛି ପୋଲିସ ।

ଯାହାକି ରଣପୁର ଅଞ୍ଚଳ ରେ ସରକାରୀ ହେଉ କି ବା ବେସରକାରୀ ସ୍ତର ରେ ବହୁ ବଡ଼ ବଡ଼ ଠକେଇ ତଥା ଲୋକଙ୍କୁ ଧମକାଇ ଲକ୍ଷାଧିକ ଅର୍ଥ ରାଶି ଉପାର୍ଜନ କରୁଥିଲେ । ଏବେ କାହ୍ନୁ ପ୍ରଧାନ ଙ୍କ ସହ ଏହି ପାଞ୍ଚ ଜଣ ମିଶି ବେଆଇନ ଠକେଇ , ଫର୍ଜି ସରକାରୀ କାଗଜ ପତ୍ର ର ହୀରାଫେରି କରୁଥିଲେ ବୋଲି ପୋଲିସ ସମ୍ମୁଖ ରେ ସ୍ପଷ୍ଟ ବୟାନ ଦେଇଛି କାହ୍ନୁ । କାହ୍ନୁ ଙ୍କ ବୟାନ ଅନୁସାରେ ୨୦୧୮ ମସିହାରୁ କାହ୍ନୁ ଓ ତାର ୫ଜଣ ବିଶ୍ଵସ୍ଥ ସାଥୀ ମିଶି ଏହି ଆର୍ଥିକ କେଳେଙ୍କାରି କରି ଆସୁଥିଲେ । ଲୋକ ଙ୍କୁ ଫର୍ଜି ଆଇକାର୍ଡ଼ ଦେଖାଇ ଟଙ୍କା ପଇସା ଲୁଟିବା , ଲୋକଙ୍କ ବିଶ୍ୱାସ ର ଫାଇଦା ଉଠାଇ ଆସୁଥିଲେ । ସମସ୍ତ ସରକାରୀ କର୍ମଚାରୀ ଙ୍କୁ ହାତ ମୁଠିରେ ରଖିବା ପାଈଁ ସୋସିଆଲ ମିଡିଆ ତଥା ସମ୍ବାଦ ପରିବେଷଣ , ନଚେତ ଯେକୌଣସି ଫର୍ଜି କେସ୍ ରେ ଫସେଇ ଦେବାର ଧମକ ଦେଇ ଆସୁଥିଲେ ।

କାହ୍ନୁ ର ବୟାନ ରେକର୍ଡ ଆଧାରରେ ଉକ୍ତ ୫ ଟି ସହଯୋଗୀ ତଥା କାହ୍ନୁ ର ବିଶ୍ୱସ୍ଥ ସାଥୀ ଙ୍କୁ ଖୋଜୁଛି ଚାନ୍ଦପୁର ପୋଲିସ । ୧୩୧ /୨୦ ରେ ଏକ ମାମଲା ରୁଜ୍ଜୁ କରି ପୋଲିସ ଅଭିଯୁକ୍ତ ଙ୍କୁ ଖୋଜୁଛି । ଏହି ମାମଲା ର ଅନ୍ୟ ୫ ଅଭିଯୁକ୍ତ ଙ୍କୁ ଧରିବା ପାଈଁ ପୋଲିସ ବଳପୂର୍ବକ ଉଦ୍ୟମ ଚଳାଇଛି । ଲୋକଙ୍କ ବିଶ୍ୱାସ ..ଚାନ୍ଦପୁର ପୋଲିସ ପୂର୍ବଭଳି ଏହି ଅଭିଯୁକ୍ତ ଙ୍କୁ ଖୁବ ଶୀଘ୍ର ଧରିବାରେ ସଫଳ ହେବ । ଚାନ୍ଦପୁର ଆଇ ଆଇସି ଙ୍କ ମତନୁସାରେ ରଣପୁରବ୍ଲକ ତଥା ଚାନ୍ଦପୁର ଅଞ୍ଚଳରେ କୌଣସି ବେଆଇନ ଗୁଣ୍ଡାରାଜ୍ , ଅନୈତିକ ଅର୍ଥ ଉପାର୍ଜନ କରୁଥିବା ବ୍ୟକ୍ତି ଙ୍କ ରାଜ୍ କୁ ପୋଲିସ ପ୍ରଶାସନ ତରଫରୁ ପ୍ରସୟ ଦିଆଯିବନାହିଁ ।

Exit mobile version