ଅରଡିଆପଦାରେ ମା ; ଭୈରବୀ ବ୍ରିକ୍ସର ଉଦଘାଟନ ଉସ୍ଚବ

ଓଡ଼ିଶା ତାଜା ନ୍ୟୁଜ୍ (୧୪ ନଭେମ୍ବର ଶନିବାର ) କଟକ  :-  ବାରଙ୍ଗ ବ୍ଲକର ନଗରୀ ପଞ୍ଚାୟତ ଅନ୍ତର୍ଗତ ଅରଡିଆପଦା ଠାରେ ଅତ୍ୟାଧୁନିକ ଫ୍ଲାଏଆସ ଇଟା କାରଖାନା , ମା,ଭୈରବୀ ବ୍ରିକ୍ସର ଉଦଘାଟନୀ ଉସ୍ଚବ ଅନୁଷ୍ଠିତ ହୋଇଯାଇଛି । ୩୦ ଲକ୍ଷ୍ୟ ଟଙ୍କା ବ୍ୟୟରେ ବସାଯାଇଥିବା ଫ୍ଲାଏଆସ ଇଟା ମେସିନରୁ ଘଣ୍ଟା ମଧ୍ୟରେ ହାରାହାରି ଏକ ହଜାରରୁ ବାରଶହ ଫ୍ଲାଏଆସ ଇଟା ପ୍ରସ୍ତୁତ କରି ପାରିବ ବୋଲି , ଇଟା ଫ୍ୟାକଟ୍ରିର ମାଲିକ ତଥା ପରିଚାଳନା ନିର୍ଦ୍ଦେଶକ ବାବୁ ନାଥ ସୂଚନା ଦେଇଛନ୍ତି ।

ବ୍ୟାଙ୍କ ଋଣ ଆଣି ଏହି ବ୍ୟବସାୟ ଆରମ୍ଭ କରିଛନ୍ତି । ସେ ନିଜର ପରିବାର ପ୍ରତି ପୋଷଣ କରିବା ସହିତ ଏହି ଫ୍ୟାକଟ୍ରିରେ କାର୍ଯ୍ୟ କରିବାକୁ ଆସିଥିବା ଦଶ ଗୋଟି ପରିବାର ସେମାନଙ୍କର ପିଲା ଛୁଆଙ୍କୁ ପ୍ରତି ପୋଷଣ କରିବାର ସୁଯୋଗ ପାଇପାରିବେ ବୋଲି ବାବୁ ନାଥ କହିଛନ୍ତି ।

ଏଅଞ୍ଚଳରେ ଥିବା ଫ୍ଲାଏଆସ ଇଟା ଠାରୁ ଏହି ଇଟା ସୁନ୍ଦର ଏବଂ ମଜବୁତ ଅଟେ । ଏହାର ଚହିଦା ବଜାରରେ ଅଧିକ ଆଦୃତ ହେବବୋଲି ବାବୁ ନାଥ ସୂଚନା ଦେଇଥିଲେ । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ) 

Exit mobile version