ଓଡ଼ିଶା ତାଜା ନ୍ୟୁଜ୍ ( ୧୪ ନଭେମ୍ବର ଶନିବାର ) ଓଡ଼ଗାଁ :- ଆଜି ହେଉଛି ଶୁଭ ଦୀପାବଳି । ଆଲୋକ ର ବିଜୟ ଉତ୍ସବ । କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ଦୀପାବଳି ପାଳନ କରାଯାଏ । ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠାରେ ପାଳନ କରାଯାଉଛି । ଦୀପାବଳି ଦିନ ମା କାଳୀଙ୍କ ପୂଜାର୍ଚ୍ଚନା କରାଯାଏ । ଓଡ଼ଗାଁ ଅଞ୍ଚଳ ରେ ବିଭିନ୍ନ ସ୍ଥାନରେ ମା କାଳୀଙ୍କ ପୂଜା ହୁଏ । କରୋନା ପାଇଁ ଫିକା ପଡ଼ିଯାଇଛି ପୂଜା ମଣ୍ଡପ । ମହାମାରୀ କରୋନା ଯୋଗୁଁ ଦଶହରା , କୁମାର ପୂର୍ଣ୍ଣିମା , ଗଜଲକ୍ଷ୍ମୀ ପୂଜା , ଗଣେଶ ପୂଜା , ସବୁ କିଛି ଏ ବର୍ଷ ଫିକା ପଡୁଛି । ପର୍ବ ପର୍ବାଣୀ ସମୟରେ ଅନେକ ପର୍ଯ୍ୟଟକ ଓଡ଼ଗାଁ କୁ ବୁଲିବାକୁ ଆସନ୍ତି ହେଲେ ଲକ୍ ଡାଉନ୍ ସହ କଠୋର କଟକଣା ପାଇଁ ଏ ପର୍ଯ୍ୟନ୍ତ ଗହଳି ଦେଖିବାକୁ ମିଳୁନାହିଁ ।
ବଜାରର ଖାଁ ଖାଁ ଲାଗୁଛି ଗ୍ରାହକଙ୍କ ବିନା । ଦିପାବଳୀ ରେ ଆଲୋକମାଳା ଓ ଦୀପ ରେ ସୁସଜ୍ଜିତ ହବ ଘର । ଅନ୍ଧାର କୁ ଦୂର କରି ଆଲୋକ କୁ ସ୍ଵାଗତ କରିବାର ଦିନ । ଘରେ ଘରେ ମିଠା ସହ ପିଠା ର ପ୍ରସ୍ତୁତ କରାଯାଇଥାଏ । ଆନଦ ଓ ଉତ୍ସାହ ର ପର୍ବ ଦୀପାବଳି । ପରସ୍ପର ମଧ୍ୟରେ ମିଠା ଖୁଆଇ ଆନନ୍ଦ ଉଲ୍ଲାସରେ ପାଳନ କରାଯାଏ । ସବୁ ବର୍ଷ ଧୁମ୍ ଧାମରେ ପାଳିତ ହୁଏ ଦୀପାବଳି , ବାଣ ଫୁଟାଇ ବାର ପରମ୍ପରା ଅଛି । ଚଳିତ ବର୍ଷ ମହାମାରୀ କରୋନା ପାଇଁ ଦୀପାବଳି ଫିକା ପଡ଼ିଯାଇଛି । କିନ୍ତୁ ସରକାରଙ୍କ ଗାଇଡ ଲାଇନ ଅନୁସାରେ ପାଳନ କରାଯିବ ଏ ବର୍ଷ ର ଦୀପାବଳି ।
