ସମୀର ଙ୍କ ମୁଣ୍ଡରେ ସୁନା ମୁକୁଟ ସମ୍ବାଳିବେ ରାଜ୍ୟ

ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର ୧୬ ଜାନୁଆରୀ୨୦୨୦ :- ରାଜ୍ୟ ବିଜେପିର ମଙ୍ଗୁଆଳ ଭାବେ ସମୀର ମହାନ୍ତିଙ୍କୁ ଚୟନ କରାଯାଇଛି । ସହମତି ଭିତିରେ ଦଳର ରାଜ୍ୟ ସଭାପତି ଭାବେ ତାଙ୍କ ନାଁରେ ଲାଗିଛି ମୋହର । କେବଳ ମାତ୍ର ସାମ୍ବିଧାନିକ ପ୍ରକ୍ରିୟା ପୂରଣ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ୫.୩୦ ମିନିଟ୍ ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ସମୟସୀମା ପୂରିଗଲା ପରେ ସମୀରଙ୍କୁ ବିଧିବଦ୍ଧ ଭାବେ ରାଜ୍ୟ ସଭାପତି ଭାବେ ଘୋଷଣା କରାଯିବ । ବସନ୍ତ ପଣ୍ଡାଙ୍କଠାରୁ ସେ ଦାୟିତ୍ୱ ନେବେ ।

ବିଜେପି ସାଂଗଠନିକ ନିର୍ବାଚନର ଶେଷ ପର୍ବରେ ଆସନ୍ତାକାଲି ହେବାକୁ ଥିବା ସଭାପତି ନିର୍ବାଚନ ପାଇଁ ଆଜି ଥିଲା ପ୍ରାର୍ଥୀପତ୍ର ଦାଖଲର ଦିନ ସମୟ ଥିଲା ଅପରାହ୍ନ ୩ଟାରୁ .୩୦ ତେବେ ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ସହମତି ଭିତ୍ତିରେ ସଭାପତି ଚୟନର ଔପଚାରିକ ବୈଠକ ରାଜ୍ୟ କାର୍ଯ୍ୟାଳୟରେ ବସିଥିଲା

ମତଦାତାମଣ୍ଡଳୀର ୩୪ ଜିଲ୍ଲା ସଭାପତି, ୧୭୭ ରାଜ୍ୟ ପରିଷଦ ସଦସ୍ୟ, ବିଧାୟକ ଓ ସାଂସଦମାନଙ୍କର ବୈଠକ ନେଇଥିଲେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଓଡ଼ିଶା ପ୍ରଭାରୀ ଅରୁଣ ସିଂ । ସମୀର ମହାନ୍ତିଙ୍କ ନାଁ ଦିଲ୍ଲୀରୁ ଚୂଡ଼ାନ୍ତ ହୋଇସାରିଥିଲା ବେଳେ କେବଳ ଔପଚାରିକତା ରକ୍ଷା କରାଯାଇଥିଲା । ସମୀରଙ୍କ ନାଁକୁ ହାତଟେକି ସମସ୍ତେ ସମର୍ଥନ କରିଥିଲେ । ରିପୋର୍ଟ – ସୋନାଲି

Exit mobile version