ଆଦର୍ଶ ବିଦ୍ୟାଳୟ ଶିଳାନ୍ୟାସ କଲେ ମନ୍ତ୍ରୀ ପ୍ରତାପ ଜେନା

ଓଡ଼ିଶା ତାଜା ନ୍ୟୁଜ (୧୩ ନଭେମ୍ବର ,ଶୁକ୍ରବାର )  ମାହାଙ୍ଗା :- କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ପଂଚାୟତ କୁଳଗାଁ ଇସାଳୋ ଠାରେ ଏକ ଶିଳାନ୍ୟାସ ଉତ୍ସବ ରେ ମୁଖ୍ୟଅତିଥି ଭାବେ ପଂଚାୟତରାଜ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ତିନି କୋଟିରୁ ଉର୍ଦ୍ଧ ଅର୍ଥ ବ୍ୟୟ ମଂଜୁରରେ ନୂତନ ଆଦର୍ଶ ବିଦ୍ୟାଳୟ ର ଶୁଭଶିଳାନ୍ୟାସ କରିବାସହ ଏକ ସଭାରେ ଯୋଗଦେଇ ଗ୍ରାମାଞ୍ଚଳରେ କିପରି ଉନ୍ନତ ମାନର ଶିକ୍ଷା ପ୍ରଦାନ କରାଯଇପାରିବ ଓ ଗ୍ରାମାଞ୍ଚଳର ପିଲାମାନେ ସହରକୁ ନଯାଇ ନିଜ ଗାଁ ପାଖରେ ସିବିଏସଇ ପାର୍ଟନ ଶିକ୍ଷାଲାଭ କରି ଭବିଷ୍ୟତ ଗଢିବେ ସେଥିନେଇ ଗୁରୁତ୍ୱାରୋପ କରିଥିଲେ, ଏଥିରେ ଅତିଥି ଭାବେ ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷ ସବିତା ଓଝା,

ପ୍ରାକ୍ତନ ଅଧକ୍ଷ ଗିରିଶ ରଂଜନ ମହାପାତ୍ର,ଯୁବ ସଂଗଠକ ଅଶୋକ କୁମାର ଓଝା, ବିଜେଡି ସଭାପତି ରମାକାନ୍ତ ମହାନ୍ତି, ଜିଲାପରିସଦ ସଭ୍ୟା ଗୀତାଞ୍ଜଳି ପଣ୍ଡା, ସରପଂଚ ମହେଶ୍ୱର ବାରିକ, ସମାଜସେବୀ ବ୍ରଜମୋହନ ପଣ୍ଡା ଯୋଗଦେଇଥିବାବେଳ ବହୁ ସରପଞ୍ଚ ଓ ଦଳୀୟ କର୍ମୀମାନେ ସଭାରେ ଉପସ୍ଥିତ ରହିଥିଲେ । ଏହି ବିଦ୍ୟାଳୟ ଏକ ବର୍ଷ ମଧ୍ୟରେ ସମ୍ପୂର୍ଣ ହେବା ସହ ସ୍ଥାନୀୟ ଅଞ୍ଚଳର ବହୁ ମେଧାବୀ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ମନ୍ତ୍ରୀ ଶ୍ରୀ ଜେନା ମତପ୍ରକାଶ କରିଥିଲେ ।ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା ପୂର୍ବାହ୍ନ ରେ ନିଶ୍ଚିନ୍ତକୋଇଲି ପଂଚାୟତ ଯୋଗଦେଇ ବାରିକ ସାହି କଳିଙ୍ଗ ଯୁବ ପରିଷଦ ନୂତନ ଗୃହ ଓ ୟୁନିୟନ ବ୍ୟାଙ୍କର ଜନସେବା କେନ୍ଦ୍ରକୁ ଉଦଘାଟନ କରିଥିଲେ  (ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆଙ୍କ ରିପୋର୍ଟ)

Exit mobile version