ପିସ୍ତଲ ଦେଖାଇ ୫ ଲକ୍ଷ ଟଙ୍କା ମାଗୁଥିବା ଦୃଦାନ୍ତ ଅପରାଧୀ ଲାଡେନ ଗିରଫ – କଟକ 

ଓଡ଼ିଶା ତାଜା ନ୍ୟୁଜ (୧୩ ନଭେମ୍ବର ,ଶୁକ୍ରବାର ) କଟକ  :-  ଦଶହରା ପୂର୍ବରୁ ଆଜି ସୁଦ୍ଧା ବହୁ ଅପରାଧୀ କଟକ କମିଶରେଟ ପୋଲିସ ହାତରେ ଧରାପଡିଲେଣି । ପ୍ରତି ଦିନ କଟକ କମିଶରେଟ ପୋଲିସ ପକ୍ଷରୁ ଅପରାଧୀଙ୍କ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା ବେଳେ , ପୋଲିସ ପାଟ୍ରୋଲିଂକୁ ଯୋରଦାର କରାଯାଉଛି । ଯାହାଫଳରେ କମିଶରେଟ ପୋଲିସ କୁ ଗୋଟେ ପରେ ଗୋଟିଏ ସଫଳତା ମିଳିବାରେ ଲାଗିଛି । ଗୁରୁବାର ଦିନ ରାତିରେ ଦରଘାବଜାର ପୋଲିସ ହାତରେ ଧରାପଡିଛି , ଜଣେ ପେଶାଦାର ଅପରାଧୀ ଲାଡେନ ଓରଫ ସୟଦ ଅବଦୁଲନ ମୁଥାଦର । ଲାଡେନ ଠାରୁ ଦରଘାବଜାର ପୋଲିସ ଗୋଟିଏ ୯ ଏମ ଏମ ଦେଶୀ ପସ୍ତଲ ସହ ୬ଟି ଜୀବନ୍ତ ଗୁଳି, ଗୋଟିଏ ଓପ ମୋବାଇଲ ଫୋନ ଜବତ କରିଛି ।   

ଲାଡେନର ଘର ଲାଲବାଗ ଥାନା ବାଙ୍କାବଜାର ଅଞ୍ଚଳରେ । ତା ନାମରେ ପୂର୍ବରୁ ଲାଲବାଢଗ, କେନ୍ଦ୍ରାପଡା, ଚାଉଳିଆଗଞ୍ଜ, ମର୍କତନଗର, ଦରଘାବଜାର ଥାନାରେ ୧୨ ଟି ମାମଲା ରହିଛି । ଲାଡେନ ଗୁରୁବାର ଦିନ ରାତି ୧୧ ଟା ସମୟରେ ଦରଘାବଜାର ଥାନା ଅନ୍ତର୍ଗତ , ରେଭେନ୍ସା କଲଜିଏଟ ସ୍କୁଲ ସମ୍ମୁରେ ଦରଘାବଜାର ର , ଜଗନ୍ନାଥ ସାହୁଙ୍କୁ ପିସ୍ତଲ ଦେଖାଇ ଭୟବିତ କରି, ପାଞ୍ଚ ଲକ୍ଷ ଟଙ୍କା ମାଗୁଥିବାର ଖବର , ଦରଘାବଜାର ଥାନାର ଆଇଆଇସି ପି,କେ, ଜେନା ପାଇ ସେଠାରେ ପହଞ୍ଚି ଲାଡେନ କୁ କୌଶଳ କ୍ରମେ ଧରିବାରେ ସଫଳ ହୋଇଥିଲେ । ଲାଡେନ ବିରୁଦ୍ଧରେ ଦରଘାବଜାର ଥାନାରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ଥାନାରେ ତା ବିରୁଦ୍ଧରେ ଏକ କେଶ ନମ୍ବର -୧୨୦,ତାରିଖ,୧୩/୧୧/୨୦୨୦, ଭାରତୀୟ ପିଙ୍ଗଳ କୋଡ଼ ,ଧାରା341/323/294/353/387/506/34 ଓ r/w 25/27 ରେ ପଞ୍ଜିକୃତ ହୋଇଥିବା ଜଣାପଡିଛି । ଲାଡେନ ବିରୁଦ୍ଧରେ ଦରଘାବଜାର ଥାନାରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି । କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ) ।

Exit mobile version