ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫ ତଥା ଗଣତନ୍ତ୍ରର ଚତୁର୍ଥସ୍ତମ୍ବ ସ୍ୱାଧୀନତା କ୍ଷୁର୍ଣ୍ଣ ପ୍ରତିବାଦରେ ଦାବିପତ୍ର !

ଓଡିଶା ତାଜା ନ୍ୟୁଜ୍ (୧୩ ନଭେମ୍ବର ଶୁକ୍ରବାର ) କଟକ :- ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫ ପ୍ରତିବାଦରେ ତଥା ଗଣତନ୍ତ୍ରର ଚତୁର୍ଥସ୍ତମ୍ବର ସ୍ୱାଧୀନତା ଖୁର୍ଣ୍ଣ ଘଟଣାର ଦୃଢ ନିନ୍ଦା କରିବା ସହ ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ, କଟକ ସଦର ଥାନାରେ କଟକ ଜିଲ୍ଲାର, ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ” ପକ୍ଷରୁ ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କ ଉପସ୍ଥିତରେ , ଥାନାର ଅତିରିକ୍ତ ଆଇଆଇସି ଅନୀତା ସାହୁଙ୍କୁ ପ୍ରଦାନ କରାଯାଇଥିଲା ! ପରିଷଦର ସଭାପତି ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ତାଙ୍କ ବାର୍ତାରେ ଏହାଏକ ଅମାନୁଷିକ ଘଟଣା କହିବା ସହ, ବାକ୍ ସ୍ୱାଧୀନତାର ଏହା ପୂର୍ଣ୍ଣ ବିରୋଧାଭାଷ ତଥା ସତ୍ୟଶାନ୍ତିର ପଥ ଅବରୋଧ ବୋଲି ଦୁଃଖରସହ ଜଣାଇଛନ୍ତି !

ଯେଉଁ ଭଳିଭାବରେ ନିତିହୀନ ଉପାୟରେ ଜଣେ ଦେଶପ୍ରେମୀ ସାମ୍ବାଦିକଙ୍କୁ ଗିରଫ କରାଯାଇ , ଅକଥନୀୟ ଯନ୍ତ୍ରଣା ଦିଆଯାଇଛି ଏହାକୁ ଦୃଢ ଭାବେ , ବିରୋଧ କରିବାସହ ଗଣତନ୍ତ୍ରର, କଣ୍ଠରୋଧ କରୁଥିବା ମହାରାଷ୍ଟ୍ରର ସରକାର, ରାଜତନ୍ତ୍ରର ପୁନରୁଦ୍ଧାର କରିବାପାଇଁ ,ଯେଉଁ ଅପଚେଷ୍ଟା ଚଳାଇଛନ୍ତି ତାହା ସାକାର କରିବାକୁ ଦିଆଯିବ ନାହିଁ । ସାମ୍ବାଦିକ ବର୍ଗଙ୍କ ସମ୍ମାନ ପାଇଁ ପରିଷଦ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ସ୍ମାରକ ପତ୍ର ପ୍ରଦାନ ସମୟରେ ଶ୍ରୀକାନ୍ତ ବେଉରା , ଅଶୋକ କୁମାର ସାହୁ ,ହୃଷିକେଶ ବୈଠାଳୁ, ଦୂର୍ଗା ପ୍ରସାଦ ମିଶ୍ର ପ୍ରମ୍ମୁଖ ସଦସ୍ୟ ମାନେ ଉପସ୍ଥିତ ଥିଲେ ।( ରିପୋର୍ଟ –ଅମୂଲ୍ୟ କୁମାର ବାରିକ )

Exit mobile version