ଓଡ଼ିଶା ତାଜା ନ୍ୟୁଜ (୧୩ ନଭେମ୍ବର ,ଶୁକ୍ରବାର )ଭୁବନେଶ୍ୱର :- ଏଡେଲଗିଭହୁରୁନ ଇଣ୍ଡିଆ ଫିଲାନଥ୍ରୋପିଷ୍ଟ ତାଲିକା ୨୦୨୦ରେ ଶ୍ରେଷ୍ଠ ଦାତବ୍ୟ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ତାଲିକାରେ ବେଦାନ୍ତର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ରହିଛନ୍ତି । ହୁରୁନର ଏହି ରିପୋର୍ଟରେ କୁହାଯାଇଛି ଯେ ଗତବର୍ଷ ତୁଳନାରେ ଶ୍ରୀଯୁକ୍ତ ଅଗ୍ରୱାଲଙ୍କ ଅବଦାନ ୯୦ ପ୍ରତିଶତ ବୃଦ୍ଧି ପାଇଛି ଏବଂ ସେ ଭାରତର ଶ୍ରେଷ୍ଠ ପାଂଚ ଦାତବ୍ୟ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ଲାଗି ସରକାରଙ୍କ ରହିଥିବା ୨ ପ୍ରତିଶତ ସୀମା ଠାରୁ ବେଦାନ୍ତ ଯଥେଷ୍ଟ ଅଧିକ ଅବଦାନ ଦେଇଛି । ୨୦୧୯ ଏପ୍ରିଲ ୧ରୁ ୨୦୨୦ ମାର୍ଚ୍ଚ ୩୧ ମଧ୍ୟରେ ନଗଦ ରାଶି ଓ ନଗଦ ରାଶି ସହ ସମାନ ଅବଦାନ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟକୁ ଦିଆଯାଇଥିବା ସିଏସଆର ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । କୋଭିଡ-୧୯ ମୁକାବିଲାରେ ବେଦାନ୍ତ ଅଗ୍ରଦୂତ ସରଜିଛି ଏବଂ ପିଏମ କେୟାରସ ଫଣ୍ଡକୁ ୧୦୧ କୋଟି ଟଙ୍କା ଦାନ କରିଛି । କଂପାନି ପକ୍ଷରୁ ଦିନ ମଜୁରିଆ ଏବଂ ସ୍ଥାନୀୟ ସମାଜକୁ ସାହାଯ୍ୟ କରିବା ଲାଗି କୋଭିଡ ଜନିତ ଅଭିଯାନ ପାଇଁ ୧୦୦ କୋଟି ଟଙ୍କା ମୂଲ୍ୟର ଏକ ପାଣ୍ଠି ଗଠନ କରାଯାଇଛି । ସମାଜକୁ ଫେରସ୍ତ କରିବା ଦର୍ଶନ ଉପରେ ବିଶ୍ୱାସ ରଖି ଶ୍ରୀଯୁକ୍ତ ଅଗ୍ରୱାଲ ନିଜ ସଂପତିର ୭୫ ପ୍ରତିଶତ ଅର୍ଥରାଶି ସାମାଜିକ କଲ୍ୟାଣମୂଳକ କାର୍ଯ୍ୟ ପାଇଁ ବିନିଯୋଗ କରିଛନ୍ତି ।
