ଭିଜିଲାନ୍ସ ଜାଲରେ ଦୁଇ କିରାଣୀ ; ବିପୁଳ ପରିମାଣର ସମ୍ପତି ଠାବ

ଓଡ଼ିଶା ତାଜା ନ୍ୟୁଜ (୧୨ନଭେମ୍ବର ,ଗୁରୁବାର ) ଭୁବନେଶ୍ୱର :-  ଭିଜିଲାନ୍ସ ଜାଲରେ ଏବେ ଦୁଇଟି କିରାଣି । ଭୁବନେଶ୍ୱର ସବ କଲେକ୍ଟର ଅଫିସ୍ ର ବରିଷ୍ଠ କିରାଣୀ ଉଦୟ ନାଥ ଜେନା ଙ୍କ ଠାରୁ ଭିଜିଲାନ୍ସ ଏକ କୋଟି ୩୨ ଲକ୍ଷ ଟଙ୍କା ର ବିପୁଳ ସମ୍ପତି ଠାବ କରିଛି । ପୁରୀ ଏକ ବିଲ୍ଡିଂ , ଭୁବନେଶ୍ୱର ର ଦୁଇ ମହଲା କୋଠା କୁ ରେଡ୍ କରିଛନ୍ତି ଭିଜିଲାନ୍ସ ଅଫିସର । ସୂଚନାନୁସାରେ ବ୍ୟାଙ୍କ ଆକାଉଣ୍ଟ ରୁ ୯ ଲକ୍ଷ ୩୦ ହଜାର ଟଙ୍କାର ରେଡ୍ ମାରିଛି ଭିଜିଲାନ୍ସ । ସେପରି ଧର୍ମଶାଳା ସବ୍ରେଜିଷ୍ଟ୍ରାର ଅଫିସ୍‌ର କିରାଣି ରତ୍ନାକର ମହାନ୍ତିଙ୍କ ୧ କୋଟି ୨୯ ଲକ୍ଷର ସଂପତ୍ତି ଠାବ ହୋଇଛି । କିରାଣୀ ଉଦୟ ନାଥଙ୍କ ର ନିଜସ୍ୱ ଦୁଇଟି ଫ୍ଲାଟ୍ ଯେପରିକି

1. ଏବରଙ୍ଗ, ସୁନ୍ଦରପଡା, ଭୁବନେଶ୍ୱର ପ୍ଲଟ୍ ନଂ 356/3166 ଗୁଡ଼ିକ ରେଡ୍ ହୋଈଛି ।  
2. ରାଜନଗର ,କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ଏଣ୍ଡୁଲାପୁରରେ ପିତୃପୁରୁଷ ଘର |
3. ଭୁବନେଶ୍ୱରର ସବ୍ କଲେକ୍ଟର ଅଫିସ ପାଖରେ ଅବସ୍ଥିତ ଅଫିସ୍ ,

କିରାଣି ରତ୍ନାକର ମହାନ୍ତିଙ୍କ ଗୋଟିଏ ହୋଟେଲ ଠାବ ହୋଈଛି ଏବଂ ତାଙ୍କ ଘରୁ ୮ ଲକ୍ଷ ୨୭ ହଜାର ଟଙ୍କା ଜବତ ହୋଇଥିବା ବେଳେ ବ୍ୟାଙ୍କ ରୁ ୧୬ ଲକ୍ଷ ୭୯ ହଜାର ଟଙ୍କା ରେଡ୍ ମାରିଛି ଭିଜିଲାନ୍ସ ବିଭାଗ । ଏହା ଉପରେ ସର୍ଚ୍ଚ ୱାରେଣ୍ଟ ଜାରି କରାଯାଇ ଧିକ ସ୍ଥାନରେ ସନ୍ଧାନ ଚାଲିଛି ।

Exit mobile version