ମାହାଙ୍ଗା ବିଜୁ ଜନତା ଦଳ ମୋ ପରିବାର ଆନୁକୂଲ୍ୟରେ ଅନୁଷ୍ଠିତ ଜୀବନବିନ୍ଦୁ କାର୍ଯ୍ୟକ୍ରମ , 265 ୟୁନିଟ ରକ୍ତ ସଂଗୃହିତ 

ଓଡ଼ିଶା ତାଜା ନ୍ୟୁଜ (୧୨ନଭେମ୍ବର ,ଗୁରୁବାର ) ମାହାଙ୍ଗା  :- ମାହାଙ୍ଗା ବ୍ଲକ କୁଆଁପାଳ ଜେ ଏନ କଲେଜ ପରିସରରେ ଆୟୋଜିତ ରକ୍ତଦାନ ଶିବିରକୁ ମାହାଙ୍ଗା ବିଧାୟକ ତଥା ପଂଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ଉଦଘାଟନ କରିବା ସହ କୋଭିଡ ମହାମାରୀ ସମୟରେ ରକ୍ତର ଆବଶ୍ୟକତା କୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମାହାଙ୍ଗା ବିଯୁଜନତା ଦଳ ପକ୍ଷରୁ ଚାରିଥର ରକ୍ତ ଦାନ ଶିବିର ଆୟୋଜନ କରାଯିବାସହ ରାଜ୍ୟ ରେଡ଼କ୍ରସ ରକ୍ତ ଭଣ୍ଡାରକୁ ରକ୍ତ ଯୋଗାଇଦିଆଯାଇଛି । ବିଜେଡି ଦଳ କେବଳ ରାଜନୀତି ନୁହେଁ ସାଧାରଣ ଗରିବ ରୋଗୀଙ୍କୁ ଏହି ମୋ ପରିବାର ଯୋଜନା ମାଧ୍ୟମରେ ରକ୍ତ ଯୋଗାଇ ଦେଇ ସେମାନଙ୍କୁ ନୂଆ ଜୀବନ ଦେବାପାଇଁ ପ୍ରୟାସ କରିଛି ବୋଲି କହିଥିଲେ । ମୁଖ୍ୟ ଅତିଥି ଭାବେ କଟକ ବାରବାଟି ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ,ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ଉମାଶଙ୍କର ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିବା ବେଳେ ବ୍ଲକ ଅଧକ୍ଷ

ଶରତ ନାୟକ, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା,ପୂବତନ ବ୍ଲକ ଅଧ୍ୟକ୍ଷ ଭିକାରି ଚରଣ ସ୍ୱାଇଁ, ବ୍ଲକ ବିଜେଡି ଉପସଭାପତି ସଦାଶିବ ଦାଶ, ଯୁବ ବିଜେଡି ସଭାପତି ଶରତ ମହାପାତ୍ର, ଉପସଭାପତି ଦେବାଶିଷ ଜେନା, ଯୁବନେତା ପ୍ରଶାନ୍ତ ପଟନାୟକ, ରିଆଜୁଲ ହୋଦା, ଛାତ୍ର ବିଜେଡି ସଭାପତି ସ୍ୱାଧୀନ ମହାନ୍ତି, ଉପ ସଭାପତି ପ୍ରଦୀପ୍ତ ବିଶ୍ୱାଳ, ଜିଲ୍ଲାପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ, ସରପଞ୍ଚ ଚିତ୍ତରଞ୍ଜନ ମହାନ୍ତି, ବିଜୟ ରାଉତ, ସମିତି ସଭ୍ୟ ପ୍ରତିମା ସାମଲ, ପୂର୍ବତନ ସମିତି ସଭ୍ୟ ନିରଞ୍ଜନ ବିଶ୍ୱାଳ, ପ୍ରିତମ କାନୁନଗୋ, ଛାତ୍ର ନେତା କ୍ଷମା ସାଗର ଦାଶ , ଶ୍ରୀନିବାସ ରାଉତରାୟ, ଦେବୀପ୍ରସାଦ ପଳେଇ, ତ୍ରିନାଥ ଜେନା, ଅନୁପମ ମିଶ୍ର, କିଶୋର ରାଉତ ହିତେଶ ରାଉତ, ଦେବେନ୍ଦ୍ର ମହାନ୍ତି, ଦୀପ୍ତି ରଞ୍ଜନ ସ୍ୱାଇଁ ସ୍ୱାଇଁ, ରଞ୍ଜନ ଖୁଣ୍ଟିଆ,ସମିତି ସଭ୍ୟ ପ୍ରଶାନ୍ତ ରାଉତ ରାୟ ସମେତ ବହୁ ସମିତି ସଭ୍ୟ ସରପଞ୍ଚ,ସମେତ ବିଜେଡି କର୍ମୀ ମାନେ ଉପସ୍ଥିତ ରହି ଏହି ରକ୍ତ ଦାନ ଶିବିରକୁ ପରିଚାଳନା କରିଥିଲେ ।  (ରିପୋର୍ଟ – ଲଷ୍ମୀଧର ଖୁଣ୍ଟିଆ )

Exit mobile version