ସୋହେଲା ଡକାୟତି ଘଟଣାର ପର୍ଦ୍ଦାଫାଶ , ୬ ଗିରଫ

ଓଡ଼ିଶା ତାଜା ନ୍ୟୁଜ (୧୨ନଭେମ୍ବର ,ଗୁରୁବାର ) ବରଗଡ଼ :- ବରଗଡ଼ ଜିଲ୍ଲା ସୋହେଲା ଥାନା ଅଞ୍ଚଳ ରେ ଗତ ୬ ତାରିଖ ରାତିରେ ଘଟିଥିବା ଡକାୟତି ଘଟଣାର ପର୍ଦ୍ଦାଫାଶ ହୋଇଛି । ପୋଲିସ ଏହି ଘଟଣାରେ ୬ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କ ଠାରୁ ନଗଦ ୫୦ ହଜାର ଟଙ୍କା ,୪୬୦ ଗ୍ରାମ ସୁନା ଏବଂ ଡକାୟତି ସମୟରେ ବ୍ୟବହୃତ କମାଣ୍ଡର ଜିପ୍ କୁ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସୋହେଲା ର ରବି ବରିହା,ବଣ୍ଟି ଦାସ, ରମେଶ ଗଡତିଆ,ନାରାୟଣ ବାଗ, ଏବଂ କିଟର ଗ୍ରାମ ର ମହେନ୍ଦ୍ର ସାହୁ । ସୂଚନା ଯୋଗ୍ୟ ଯେ, ଗତ ୬ ତାରିଖ ଦିନ ଛତିଶଗଡ଼ ରାଜ୍ୟ ରାୟପୁର ରେ ରହୁଥିବା ସାଗର ଜୈନ୍ ଏସ ଏସ ଜ୍ବେଲେରୀ ଦୋକାନର ୨ ଜଣ କର୍ମଚାରୀ ସୁନା ବ୍ୟବସାୟ ପାଇଁ ଏକ କାର ଯୋଗେ ବରଗଡ଼ ଜିଲ୍ଲା କୁ ଆସିଥିଲେ । ତେବେ ସେମାନେ ବରମକେଲାକୁ ଫେରୁଥିବା ବେଳେ ଘଟଣା ଦିନ ରାତିରେ ଅଭିଯୁକ୍ତ ମାନେ ଏକ କମାଣ୍ଡର ଜିପରେ ଆସି ସେମାନଙ୍କ ଠାରୁ ୮୦୦ ଗ୍ରାମ ର ସୁନା ଗହଣା ଏବଂ ନଗଦ ୧ ଲକ୍ଷ ୫୭ ହଜାର ଟଙ୍କା ଲୁଟି ନେଇଥିବା ପୋଲିସ ରେ ଅଭିଯୋଗ ହୋଇଥିଲା। ସୋହେଲା ପୋଲିସ ଘଟଣାର ତଦନ୍ତ କରି ଲୁଟ ପାଇଁ ବ୍ୟବହୃତ କମାଣ୍ଡର ଜିପ୍, ଲୁଟ ସାମଗ୍ରୀ ମଧ୍ୟରୁ ୪୬୦ ଗ୍ରାମ ସୁନା, ଏବଂ ୫୦ ହଜାର ଟଙ୍କା ଜବତ କରିବାରେ ସକ୍ଷମ ହୋଇଥିଲେ ।
(ସତ୍ୟ ନାରାୟଣ ପ୍ରଧାନ , ବରଗଡ଼ )