ଏଭରେଷ୍ଟ ବିଜେତା ଯୋଗବ୍ୟାସ ଗିନିଜ୍ ବୁକ୍ ସାର୍ଟିଫିକେଟ ପାଇଲେ – କଳାହାଣ୍ଡି

ଓଡ଼ିଶା ତାଜା ନ୍ୟୁଜ (୧୨ନଭେମ୍ବର ଗୁରୁବାର) କଳାହାଣ୍ଡି :- ଫେସବୁକରେ ୧ ଘଣ୍ଟା ମଧ୍ୟରେ ସର୍ବାଧିକ ପର୍ବତାରୋହୀଙ୍କ ଫଟୋ ଅପଲୋଡ଼ କରିବା ପ୍ରତିଯୋଗୀତାରେ ଭାରତ ପ୍ରଥମ ସ୍ଥାନ ଅଧିକାର କରିଛି। ତେବେ କଳାହାଣ୍ଡି ଜିଲ୍ଲା ରୁପ୍ରା ଗ୍ରାମର ଏଭରେଷ୍ଟ ବିଜେତା ଯୋଗବ୍ୟାସ ଭୋଇ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଗତ ଅଗଷ୍ଟ ୧୫ ତାରିଖ ଦିନ ଗିନିଜ ବୁକ୍ ଅଫ୍ ରେକର୍ଡ ପକ୍ଷରୁ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। 

ପ୍ରଥମ ପର୍ଯ୍ୟାୟରେ ଭାରତୀୟ ଟିମକୁ ଗିନିଜ ବୁକ୍ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଏବେ ଟିମ୍ ସଦସ୍ୟ ଭାବରେ ବ୍ୟକ୍ତିଗତ ଭାବେ ଯୋଗବ୍ୟାସ ଭୋଇଙ୍କୁ ସାର୍ଟିଫିକେଟ ପୁରସ୍କାର ମିଳିଛି। ପ୍ରମାଣ ପତ୍ର ମିଳିବା ପରେ ବିଭିନ୍ନ ବ୍ୟକ୍ତି ବିଶେଷ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ରାଜ୍ୟସଭା ସାଂସଦ ସୁଜିତ କୁମାର, କଳାହାଣ୍ଡି ଜିଲ୍ଲାପାଳ ଗାଭାଲି ପରାଗ ହର୍ଷଦ, କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶୁଭାଶିଷ ନାୟକ, ଜିଲ୍ଲା କ୍ରୀଡ଼ା ସମ୍ପାଦକ ଜଗମୋହନ ପଟ୍ଟନାୟକ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରତିଯୋଗୀତାଟିରେ ଭାରତ ୯୯୫ଟି ଫଟୋ ଅପଲୋଡ଼ କରିବା ସହ ସର୍ବାଧିକ ପର୍ବତାରୋହଣ ସ୍ଥାନ ଭାରତରେ ଅବସ୍ଥିତ ଥିବା ଜଣାପଡିଛି। ଯୋଗବ୍ୟାସ ଭୋଇଙ୍କୁ ଏହି ସଫଳତା ପାଇଁ ଶ୍ରୀମା,ଶ୍ରୀ ଅରବିନ୍ଦ ଓ ବାପାମାଆଙ୍କ ଆଶୀର୍ବାଦ ରହି ଆସିଥିବା କହିଛନ୍ତି। ଏହି ସଫଳତା ପାଇଁ ଜିଲ୍ଲା ଓ ରାଜ୍ୟ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି।                           (ରିପୋର୍ଟ-ପ୍ରଦୀପ କୁମାର ଗଉଡ)

Exit mobile version