ଗୋବିନ୍ଦପୁର ଫାଣ୍ଡି ଅଧିକାରୀଙ୍କ ବଡ଼ ସଫଳତା ; ଚାରି ଛିନତାଇ ଲୁଟେରା ଗିରଫ ସହ ଲୁଟ୍ ସାମଗ୍ରୀ ଓ ବ୍ୟବହୃତ ବାଇକ୍ ଜବତ 

ଓଡ଼ିଶା ତାଜା ନ୍ୟୁଜ୍ (୧୧ ନଭେମ୍ବର ବୁଧବାର )ଢେଙ୍କାନାଳ :– ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଫାଣ୍ଡି ଅଧିକାରୀ ସତ୍ୟବ୍ରତ ଭୁତିଆଙ୍କ ବଡ଼ ସଫଳତା । ଚାରି ଛିନତାଇ ଲୁଟେରାଙ୍କୁ ଗିରଫ କରିବା ସହ ଦୁଇଟି ବାଇକ୍ ଜବତ କରାଯାଇଛି । ଘଟଣାରୁ ପ୍ରକାଶ, ସହରର ଥିବା IDFC ବ୍ୟାଙ୍କରେ ଅପରେସନ ମ୍ୟାନେଜର ଭାବେ କାର୍ଯ୍ୟରତ ସାଶ୍ଵତ୍ ରଞ୍ଜନ ନାୟକ ଗତ ତା ୩/୧୧/୨୦୨୦ ରିଖ ବ୍ୟାଙ୍କ କାର୍ଯ୍ୟ ସାରି ନିଜ ଘର ଆଠଗଡକୁ ମଟରସାଇକେଲ ଯୋଗେ ଫେରୁଥିବା ସମୟରେ ହଠାତ୍ ଆଧା ବାଟରେ ତଥା ସଦର ଥାନା ଅନ୍ତର୍ଗତ ପଦଲାପୁର ଗ୍ରାମ ରାସ୍ତା ନିକଟରେ ରାତି ପାଖାପାଖି ୯ଟା ବେଳେ ଦୁଇଟି ମଟରସାଇକେଲରେ କିଛି ଯୁବକ ଆସି ଅଟକାଇବା ସହ ମାଡ଼ ମାରି ହାତ ଗୋଟେ ଭାଙ୍ଗି ଦେଇଥିଲେ ଏବଂ ପାଖରେ ଥିବା ମୋବାଇଲ,ସୁନାଚେନ୍, ଟଙ୍କା, ଗାଡ଼ି ଚାବି, ବ୍ୟାଙ୍କ ଲକର୍ ଚାବି ଓ କିଛି ଦରକାରୀ କାଗଜପତ୍ର ନେଇ ଫେରାର ହୋଇଯାଇଥିଲେ ।

ଘଟଣାକୁ ନେଇ ପୀଡ଼ିତ ନିକଟସ୍ଥ ଗୋବିନ୍ଦପୁର ଫାଣ୍ଡିରେ ଏକ ଏତଲା ଦେଇଥିଲେ । ଗୋବିନ୍ଦପୁର ଫାଣ୍ଡି ଅଧିକାରୀ ୫୦୯/୨୦୨୦ରେ ଏକ କେସ୍ ରୁଜୁ କରି ଘଟଣାର ତନାଘନା ଓ ଅନୁସନ୍ଧାନ ଚଳାଇ ଏଥିରେ ସଂପୃକ୍ତ ଥିବା ଲୁଟେରାଙ୍କ ମଧ୍ୟରୁ ଗତକାଲି ଆଠଗଡ଼ ସ୍ଥିତ ବାସୁଦେବ ପୁର ଅଞ୍ଚଳର ସଚିଲୋ ଗ୍ରାମର ତିନି ଜଣ ଏବଂ ତିଗିରିଆ ନିକଟସ୍ଥ କଣ୍ଟିପୁର ଗ୍ରାମର ଜଣେ ଲୁଟେରାକୁ ଗିରଫ କରିବା ସହ ସେମାନଙ୍କ ଠାରୁ ଛିନତାଇ ହୋଇଥିବା ମୋବାଇଲ, ବ୍ୟାଙ୍କ ଲକର୍ ଚାବି ଓ କିଛି କାଗଜପତ୍ର ସହିତ ବ୍ୟବହୃତ ବାଇକ୍ ଦୂଇଟି ଜବତ କରାଯାଇ ଚାରି ଅଭିଯୁକ୍ତକୁ ଡାକ୍ତରୀ ପରୀକ୍ଷା କରାଯାଇଛି । ଆଜି ସେମାନଙ୍କୁ ୩୯୪ ଧାରାରେ ଢେଙ୍କାନାଳ କୋର୍ଟକୁ ପଠାଯାଇଛି।ଅନ୍ୟ ଲୁଟେରାକୁ ଯଥାଶୀଘ୍ର ଧରିବା ପାଇଁ ତଦନ୍ତ ଜାରି ରହିଛି ବୋଲି ଜଣାଇଛନ୍ତି ଗୋବିନ୍ଦପୁର ଫାଣ୍ଡି ଅଧିକାରୀ ସତ୍ୟବ୍ରତ ଭୁତିଆ । ( ରିପୋର୍ଟ – ଅମର ରଞ୍ଜନ ଦାସ )

Exit mobile version