କାହ୍ନୁ କାହାଣୀ ରହିଲା ଅଧା ….. ଆତଙ୍କ ରାଜ କୁ ଶେଷ କଲା ଚାନ୍ଦପୁର ପୋଲିସ

ଓଡ଼ିଶା ତାଜା ନ୍ୟୁଜ୍ (୧୧ ନଭେମ୍ବର ବୁଧବାର ) ଚାନ୍ଦପୁର  :–  ସରକାରୀ ବେସରକାରୀ ସ୍ତରରେ ବେଆଇନ ଜାଲ ବିସ୍ତାର କରିଥିବା କାହ୍ନୁ ଏବେ ଫସିଲା ପୋଲିସ ଜାଲରେ । ପୁର୍ବରୁ ନୟାଗଡ଼ ଜିଲ୍ଲାରେ ଦଲାଲ ଗିରି , ଟାଉଟରି କରି ଆସୁଥିବା କାହ୍ନୁ ପ୍ରଧାନକୁ ଟାର୍ଗେଟ କରିଥିଲା ଚାନ୍ଦପୁର ପୋଲିସ । ଆଜି ସେହି ଅପେକ୍ଷା ର ଅନ୍ତ ଘଟାଇ ପୋଲିସ କାହ୍ନୁ ଆତଙ୍କ ରେ ପକାଇଛି ପୂର୍ଣ୍ଣଚ୍ଛେଦ । ଆଜି ଚାନ୍ଦପୁର ପୋଲିସ କୁଖ୍ୟାତ ଦଲାଲ କାହ୍ନୁ କୁ ଗିରଫ କରି ସଫଳତା ହାସଲ କରିଛି । ପୋଲିସ ର ସୂଚନାନୁସାରେ କାହ୍ନୁ କୁ କଟକ ର ଏକ ନିଛାଟିଆ ଳଜ୍ ର ତୃତୀୟ ମହଲା ରେ କାହ୍ନୁ ଙ୍କ ସମେତ ଅନ୍ୟ ଫେରାର ଅପରାଧୀ ମାନେ ଲୁଚି ରହି ଆଇ ପି ଏଲ ଗାମ୍ଵଲିଂ କରୁଥିବା ଅବସ୍ଥାରେ ପୋଲିସ ଅଚାନକ ଚଢ଼ାଉ କରି କାହ୍ନୁ କୁ ଗିରଫ କରିଥିଲେ ଓ ଅନ୍ୟ ଅପରାଧୀ ମାନେ ଖସି ପଳାଇ ଯାଇଥିଲେ ।

 

 

 

ଜନସାଧାରଣ ରେ ନିଜକୁ ସରକାରୀ ଅଫିସର କହି ଚାକିରୀ କରାଇଦେବା ନାଁ ରେ ବହୁ ଟଙ୍କା ପଇସା ଲୁଟୁ ଥିବା କାହ୍ନୁ ଗୁଣ୍ଡା ରାଜ ବିସ୍ତାର କରିଥିଲା ଏତଦ୍ ବ୍ୟତୀତ ସରକାରୀ କର୍ମଚାରୀ ତଥା ବେସରକାରୀ କର୍ମଚାରୀ ମାନଙ୍କୁ ମୁଖ୍ୟ ସଚିବ ବୋଲି ନିଜକୁ ଆକ୍ଷେପ କରି ଡରାଇ ରଖୁଥିଲା । ହୋମ ଡିପାର୍ଟମେଣ୍ଟ ସେକ୍ରେଟେରି , ଶିକ୍ଷା ସଚିବ , ତଥା ନେତା ମନ୍ତ୍ରୀ ଙ୍କ ପାଖ ଲୋକ କହି ନାମୀଦାମୀ ଗାଡି ଧରି ସରକାରୀ ନେମ୍ ପ୍ଲେଟ୍ ମାରି ଅନୈତିକ କାର୍ଯ୍ୟ ରେ ଲିପ୍ତ ରହୁଥିଲା । ଏହିଭଳି କିଛି ଦିନ ପୂର୍ବେ କାହ୍ନୁ ଆତଙ୍କ ସୃଷ୍ଟି କରୁଥିବା ସରକାରୀ ସ୍ତରରେ ଅଭିଯୋଗ ହୋଇଥିଲା , ଚାନ୍ଦପୁରର ଡବଲ ମର୍ଡ଼ର୍ କେସ୍ ତଥା ରାଇପଡା ଗୋଷ୍ଠି କନ୍ଦୋଳରେ କାହ୍ନୁ ସମ୍ପୃକ୍ତ ଥିଵା କଥା ସାମ୍ନା ଆସିଥିଲା । ଏବଂ ସାଧାରଣ ଲୋକ ଙ୍କୁ ବହୁ ବଡ଼ ରକମ ର ଟଙ୍କା ମାଗିବା ଏସବୁ କୁ ନେଇ ମଧ୍ୟ ଅଭିଯୋଗ ହୋଇ ଆସୁଥିଲା । ସରକାରୀ ଅଧିକାରୀ ଙ୍କ ନାମରେ ବିଭିନ୍ନ ମିଥ୍ୟା ପିଟିସନ ଦାଖଲ କରି ଡରାଇ ଧମକାଇ ଅର୍ଥ ଉପାର୍ଜନ କରୁଥିଲା କାହ୍ନୁ ।

 

ସହଯୋଗୀ ଙ୍କ ସାହାର୍ଯ୍ୟ ରେ ପୋଲିସ ଙ୍କ ନାମରେ କୋର୍ଟ ରେ ମିଛ ପିଟିସନ ଦାୟର କରିଥିଲେ ହେଲେ ପୋଲିସ ଏହାକୁ ଭୃକ୍ଷେପ ନକରି ନିଜର ତଦନ୍ତ ଚଳାଇଥିଲା । କାହ୍ନୁ ର ଅତି ଘନିଷ୍ଠ ସହଯୋଗୀ କୁ ପୁର୍ବରୁ ପୋଲିସ ଗିରଫ କରିଥିଲେ । ଏହାପରେ କାହ୍ନୁ କୁ ଧରିବା ପାଇଁ ବହୁ ପ୍ରଚେଷ୍ଟା ଚଳାଇଥିଲେ ଚାନ୍ଦପୁର ପୋଲିସ । ଆଜି କାହ୍ନୁ କୁ ଗିରଫ କରି ବହୁ ଦିନ ଧରି ଆତଙ୍କ ଖେଳାଇଥିବା ଲୁଟ୍ ପାଟ୍ ର ଆତଙ୍କରାଜ କୁ ଶେଷ କରିଛନ୍ତି ଚାନ୍ଦପୁର ଥାନା ଅଧିକାରୀ । ଏହି କାହ୍ନୁ ଆତଙ୍କ ରାଜ କୁ ଅନ୍ତଃ କରିବାକୁ ଅଣ୍ଟା ଭିଡିଥିଲେ ଆଇଆଇସି ରଶ୍ମି ରଞ୍ଜନ ଦାସ୍ । କାହ୍ନୁ ର ଗୁଣ୍ଡାରାଜ କୁ ଶେଷ କରି ସଧାରଣ ଲୋକଙ୍କ ଭୟ କୁ ଦୁରେଇବାରେ ସଫଳ ହୋଇଛି ପୋଲିସ ପ୍ରସାଶନ । ଆଜି କାହ୍ନୁ ସହିତ ଏକ ଦାମୀ ହୁଣ୍ଡାଇ କାର୍ , ୧୧ ଟି ଭିନ୍ନ ଭିନ୍ନ ଡିପାର୍ଟମେଣ୍ଟ ଯେପରିକି ଏସ୍ ଇ.ଏସ. ଟି କମିଶନର , ହୋମ ସେକ୍ରେଟେରି , ନ୍ୟାସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ , ସ୍ବାସ୍ଥ୍ୟ , ଶିକ୍ଷା ଏଭଳି କି ଅନ୍ୟ ବିଭାଗ ର ଫର୍ଜି ଆଇ କାର୍ଡ଼ ,  ଦୁଇଟି ଲାପଟପ୍ , ସରକାରୀ ଅଧିକାରୀ ମାନଙ୍କୁ ଧମକ ପୂର୍ଣ୍ଣ ଚିଠି ଜବତ କରଯାଇଛି । ଉକ୍ତ କାହ୍ନୁ ପ୍ରଧାନ ଙ୍କ ନାମରେ ୯୬/୨୦ , ୨୯/୨୦ , ୬/୨୦ ରେ ତିନଟି ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରାଯାଇଛି ।

Exit mobile version