ଗଜପତି ଜିଲ୍ଲା କାଶୀନଗର ବ୍ଲକ ଶିଆଳି ପଞ୍ଚାୟତର କାଲେଶ ଗୁଡା ଓ ହରିପୁର ଗ୍ରାମରେ ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀଙ୍କ ଦାବି l

ଓଡ଼ିଶା ତାଜା ନ୍ୟୁଜ୍ (୧୧ ନଭେମ୍ବର ବୁଧବାର ) ଗଜପତି :– ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଶିଆଳି ପଞ୍ଚାୟତର କାଲେସ ଗୁଡା ଓ ହରିପୁର ଗ୍ରାମରେ ଦୀର୍ଘ ବର୍ଷ ହେଲା ରାସ୍ତା, ପିଇବା ପାଣି ଓ ବିଦ୍ୟୁତ୍ ସମସ୍ୟା ଲାଗି ରହିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ କିମ୍ବା ନିର୍ବାଚିତ ଜନ ପ୍ରତିନିଧି ଙ୍କ ଖାମଖିଆଲ ମାନଭାବ ଜଗୁଁ ଏ ଅଞ୍ଚଳର ଜନସାଧାରଣ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି l ଅତି ଶୀଘ୍ର ଉପରୋକ୍ତ ସମସ୍ୟା ଗୁଡ଼ିକର ପ୍ରତିକାର ନକଲେ ଆଗାମୀ ଏକ ବଡଧରଣର ଆନ୍ଧୋ ଳନ କରାଯିବ ତା ସଙ୍ଗେ ସଙ୍ଗେ ଆଗାମୀଦିନରେ ରାସ୍ତାରୋକ ଠାରୁ ଆରମ୍ଭ କରି ଭୋଟ ବର୍ଜନ କରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି l

ଶିଆଳି ପଞ୍ଚାୟତ ହରିପୁର ଗ୍ରାମର ସର୍ବେଶ୍ଵର ରାଓ କହିଛନ୍ତି ଯେ ହରିପୁର ଗ୍ରାମକୁ ଭଲ ରାସ୍ତା ଖଣ୍ଡେ ନଥିବା ବେଳେ ପିଇବା ପାଣି ର ସମସ୍ୟା ମଧ୍ୟ ରହିଛି l ଉପରୋକ୍ତ ସମସ୍ୟା ନେ଼ଇ ସରପଞ୍ଚ ଙ୍କୁ ଜଣାଇଲେ ମଧ୍ୟ ସରପଞ୍ଚ କୌଣସି ପଦକ୍ଷେପ ନେଉ ନାହାନ୍ତି l ସେହିପରି ଶିଆଳି ପଞ୍ଚାୟତ ର କାଲେସ ଗୁଡା ଗ୍ରାମର ସୁରେଶ ଶବର କହି ଛନ୍ତି ଜେ କାଲେଷ ଗୁଡାକୁ ଦୀର୍ଘ ବର୍ଷ ହେଲା ଖଣ୍ଡେ ଭଲ ରାସ୍ତା ଟିଏ ନାହିଁ, ଯାହା ଫଳରେ ଗ୍ରାମରେ କେହି ଅସୁସ୍ଥ ହେଲେ ରୋଗୀ କୁ ଏବଂ ଗର୍ଭବତୀ ମହିଳାଙ୍କୁ ଡାକ୍ତଖନାକୁ ନେବାକୁ ଆମ୍ବୁଲାନ୍ସ ଆସି ପାରୁନାହିଁ l

ସେହି ଭଳି ପିଇବା ପାଣିର ଅଭାବ ରହିଛି l ପାଣି ଆଣିବା ପାଇଁ ଗ୍ରାମବାସି ୨କି.ମି. ପାଦରେ ଚାଲି ଚାଲି ଯାଇଥାନ୍ତି l ଶିଆଳି ପଞ୍ଚାୟତ ର ଉପରୋକ୍ତ ଦୁଇଟି ଗ୍ରାମର ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ଅନୁପମ ଶାହା ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି l ନ ହେଲେ ଆଗାମୀ ଦିନରେ ରାସ୍ତା ରୋକ୍ ଠାରୁ ଆରମ୍ଭ କରି ଭୋଟ ବର୍ଜନ କରିବା ପାଇଁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି l  (ପାରଳଖେମୁଣ୍ଡି /ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version