ରାଷ୍ଟ୍ର ଋଷି ଦତ୍ତୋପନ୍ତ ଠେଙ୍ଗଡୀଜୀଙ୍କ ଜନ୍ମ ଶତାବ୍ଦୀ ସମାପନ କାର୍ଯ୍ୟକ୍ରମ

ଓଡ଼ିଶା ତାଜା ନ୍ୟୁଜ୍ (୧୧ ନଭେମ୍ବର ବୁଧବାର ) କଳାହାଣ୍ଡି :–  ଭବାନୀପାଟଣା ସହର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ବ୍ରଜବିହାର ଠାରେ ସ୍ଵଦେଶୀ ଜାଗରଣ ମଞ୍ଚ କଳାହାଣ୍ଡି ପକ୍ଷରୁ ସ୍ଵଦେଶୀ ଜାଗରଣ ମଞ୍ଚର ପ୍ରତିଷ୍ଠାତା ରାଷ୍ଟ୍ର ଋଷି ଦତ୍ତୋପନ୍ତ ଠେଙ୍ଗଡୀଜୀଙ୍କ ଜନ୍ମ ଶତାବ୍ଦୀ ସମାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ସଂଘଚାଳକ ଜୟନାରାୟଣ ବାବୁ, ମୁଖ୍ୟ ବକ୍ତା ଭାବେ ଏବିଭିପି ନଗର ସଭାପତି ପ୍ରତ୍ୟୁଷ ସାହୁ, ଭାରତୀୟ ମଜଦୁର ସଂଘ ବିଭାଗ ପ୍ରମୁଖ ବିରଞ୍ଚି ନାରାୟଣ ପଣ୍ଡା, ମଞ୍ଚର ରାଷ୍ଟ୍ରୀୟ ପରିଷଦ ସଦସ୍ୟ କୈଶବ ବିହାରୀ, ସମ୍ମାନିତ ଅତିଥି ଭାବେ ମହିଳା ସମନ୍ୱୟ ବିଭାଗ ସଂଯୋଜିକା ବଲବୀର କୈ।ର, ସ୍ଵଦେଶୀ ଜାଗରଣ ମଞ୍ଚ ପ୍ରାନ୍ତ ପରିଷଦ ସଦସ୍ୟ ମନୋଜ ନାୟକ, ଅଙ୍ଗନବାଡ଼ି ମହାସଂଘର ରାଜ୍ୟ ଉପ ସଭାନେତ୍ରୀ ଝୁନୁପମା ଶତପଥୀ, ଏବିଭିପି ଜିଲ୍ଲା ସଂଗଠନ ସମ୍ପାଦକ ବୁଦ୍ଧଦେବ ବାଗ,ବିଶ୍ଵ ହିନ୍ଦୁ ପରିଷଦର ଜିଲ୍ଲା ସମ୍ପାଦକ ସେବକରାମ ସାହୁ ପ୍ରମୁଖ ଯୋଗଦାନ କରି ଠେଙ୍ଗଡୀଜୀଙ୍କ ସ୍ମୃତି ଚାରଣ କରିଥିଲେ। ସ୍ୱଦେଶୀ ମଞ୍ଚର ଉପଦେଷ୍ଟା ଆଦିତ୍ୟ ମୁଣ୍ଡ ଏଥିରେ ଅଧ୍ୟକ୍ଷତା କରିଥିଲେ। ମଞ୍ଚର ଜିଲ୍ଲା ସମ୍ପର୍କ ପ୍ରମୁଖ ଗଜିନ୍ଦ୍ର ଡାକୁଆ,ବିଏମ୍ଏସ ଜିଲ୍ଲା କାର୍ଯ୍ୟକାରୀ ସଭାପତି ବିଶ୍ଵ ରଂଜନ ସା, ଏବିଭିପି ସଦସ୍ୟ ମୁକେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ପ୍ରଣାମ ରାଷ୍ଟ୍ର ଋଷି ଶୀର୍ଷକ ଇ ଆଲୋଚନା ଚକ୍ର ଓ କବିତା ପାଠ ଅନୁଷ୍ଠିତ ହୋଇଥିଲା । (ରିପୋର୍ଟ -ପ୍ରଦୀପ କୁମାର ଗଉଡ)

Exit mobile version