ତିର୍ତ୍ତୋଲ ଓ ବାଲେଶ୍ଵର ଉପ ନିର୍ବାଚନ ରେ ବିଜେଡ଼ି ବାଜିମାତ ପରେ ଗଜପତି ଜିଲ୍ଲା ବିଜେଡି ପକ୍ଷରୁ ବିଜୟ ଦିବସ ପାଳନ

ଓଡ଼ିଶା ତାଜା ନ୍ୟୁଜ୍ (୧୧ ନଭେମ୍ବର ବୁଧବାର )ପାରଳାଖେମୁଣ୍ଡି :– ତିର୍ତ୍ତୋଲ ଏବଂ ବାଲେଶ୍ଵର ଆସନ ଉପନିର୍ବାଚନରେ ବିଜୁ ଜନତା ଦଳର ଦୁଇ ପ୍ରାର୍ଥୀ ବାଜିମାତ କରିଥିବା ଯୋଗୁଁ ଆଜି ଗଜପତି ଜିଲ୍ଲା ବିଜୁ ଜନତା ଦଳ ତରଫରୁ କଲେଜ ଛକ ଠାରେ ଥିବା ପୁର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ଫୁଲମାଳ ଅର୍ପଣ କରିବା ପରେ ବିଜୟ ଦିବସ ପାଳନ କରାଯାଇଥିଲା l ଏହି ଦୁଇଟି ଆସନରେ ନିର୍ବାଚନର ଫଳାଫଳ ମୁଖ୍ୟମନ୍ତ୍ରୀଙ୍କର ଭାବମୂର୍ତ୍ତି ଏବଂ ଶାସନର ଲୋକପ୍ରିୟତାର ସ୍ବର ବୋଲି କହିଛନ୍ତି ଜିଲ୍ଲା ବିଜେଡି ସ୍ୱଭାପତି ପ୍ରଦୀପ ନାୟକ । ଆଜି ଦିନ ତମାମ ସ୍ଥାନୀୟ ବିଜେଡି କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଏବଂ ତାଙ୍କ ସହଯୋଗୀ ମାନେ ଫଳାଫଳକୁ ଚାହିଁ ବସିଥିଲେ । ବାଲେଶ୍ଵର ଏବଂ ତିର୍ତ୍ତୋଲ ରେ ବିଜେଡି ଜିତିଛି ବୋଲି ଖବର ପ୍ରସାରିତ ହେବା ପରେ ଦଳୀୟ କର୍ମୀମାନେ ଉସ୍ରାହିତ ହୋଇ ଏକତ୍ରିତ ଭାବେ ବିଜୟ ଉତ୍ସବ ପାଳନ କରିଛନ୍ତି । ଏହି ବିଜୟ ଉସ୍ରବରେ ଜିଲ୍ଲା ଯୁବ ବିଜେଡ଼ି ସଭାପତି ଏସ. ଲିଙ୍ଗରାଜ, ନଗର ବିଜେଡ଼ି ସଭାପତି ସୂର୍ଯ୍ୟ ନାରାୟଣ ରାଜଗୁରୁ, ବିଜେଡ଼ି ନେତା ସୁରେଶ ମାଝୀ, ଏନି. ସାଙ୍କିରୀ ସମେତ ବହୁ ବରିଷ୍ଠ ବିଜେଡ଼ି ନେତା ଓ କର୍ମୀ ଯୋଗ ଦେଇଥିଲେ l    (ରିପୋର୍ଟ -ଗରୁଡ଼ ଧ୍ୱଜ ଚୌଧୁରୀ )

Exit mobile version