ଅଦିନିଆ ବର୍ଷା ଯୋଗୁଁ ଚିନ୍ତାରେ ଚାଷୀ

ଓଡ଼ିଶା ତାଜା ନ୍ୟୁଜ୍ ( ୧୧ ନଭେମ୍ବର ବୁଧବାର ) ଓଡ଼ଗାଁ :- ସାରା ରାଜ୍ୟରେ ମହାମାରୀ କରୋନା ଭୟରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଆଜିର ଅଦିନିଆ ବର୍ଷା ଚାଷୀ ମୁଁହରୁ ହସ ଛଡାଇ ନେଇଥିବା ଜଣାପଡିଛି । ନିଜ ଜମିରେ ଧାନ ଫସଲ କରିଥିବା ଚାଷୀ ଅନେକ ସ୍ୱପ୍ନ ଦେଖିଥିଲା । ଏ ବର୍ଷ ଅମଳ ଭଲ ହେବବୋଲି , ହୁଏତ ଆଉ କମ ସମୟ ପରେ ଧାନ କଟା ହୋଇଥାନ୍ତା ,

ବର୍ଷଯାକ ମାଟି କାଦୁଅରେ ଘାଣ୍ଟି ହୋଇ କୃଷକ ଜମିରେ କରିଥିବା ଫସଲ ଆଜିର ଅଦିନିଆ ବର୍ଷାଯୋଗୁଁ ସମ୍ପୂର୍ଣ ନଷ୍ଟ ହୋଇଯାଇଥିବାରୁ କୃଷକ ମୁଁହରୁ ହସ ଲିଭିଯାଇଥିବା ଜଣାପଡିଛି । ତେବେ ଓଡ଼ଗାଁ ବ୍ଲକର ବହୁ ଜମିରେ ଧାନ କଟା ହୋଇ ପଡିରହିଥିବା ବେଳେ ଅଦିନିଆ ବର୍ଷା ଯୋଗୁଁ ଜମିରେ ପାଣି ଜମି ରହିଲା, ଫଳରେ ସେଇ ଧାନ ଆଉ ଆଦାୟ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ଜଣା ପଡିବାପରେ ଚିନ୍ତାରେ ପଡିଛନ୍ତି ଚାଷୀ  । (ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )

Exit mobile version