‘ହକି ଗଞ୍ଜାମ’ ଜିଲ୍ଲାର ନୂତନ ଟିମ ଗଠିତ

ଓଡ଼ିଶା ତାଜା ନ୍ୟୁଜ୍ ( ୧୦ ନଭେମ୍ବର ମଙ୍ଗଳବାର ) ଛତ୍ରପୁର :– ଛତ୍ରପୁର ଠାରେ ହକି ଟର୍ଫ ନିର୍ମାଣ ଘୋଷଣା ପରେ ହକି ଖେଳପ୍ରେମୀଙ୍କ ମହଲରେ ଖୁସିରେ ଲହରି ଖେଳିଯାଇଛି । ଏଥିସହ ଗଞ୍ଜାମ ଜିଲ୍ଲା ହକି ଆସୋସିଏସନ୍ ମଧ୍ୟ ଚଳଚଞ୍ଚଳ ହୋଇଉଠିଛି । ଏହି ପଞ୍ଜୀକୃତ ଆସୋସିଏସନ୍‌କୁ ‘ହକି ଗଞ୍ଜାମ’ ଭାବେ ନୂତନ ନାମକରଣ ଦିଆଯାଇ ଖେଳାଳି ଏବଂ ଖେଳପ୍ରେମୀ ମାନଙ୍କୁ ଉତ୍ସାହିତ ଲାଗି ବିଭିନ୍ନ ପ୍ରକାର ପଦକ୍ଷେପ ପାଇଁ ଅଣ୍ଟା ଭିଡାଯାଇଛି । ଛତ୍ରପୁର ସମେତ ଗଞ୍ଜାମ ଜିଲ୍ଲାର ଯୁବକମାନଙ୍କୁ ହକି ଖେଳ ପ୍ରତି ଉତ୍ସାହିତ କରିବା ସହ ସେମାନଙ୍କୁ ହକି ଖେଳର ପ୍ରଶିକ୍ଷଣ ଦେବା ଲାଗି ଏହି ‘ହକି ଗଞ୍ଜାମ’ ପଦକ୍ଷେପ ନେବ । ଏହି ଅଞ୍ଚଳର ଯୁବ ଖେଳାଳିମାନେ ରାଜ୍ୟ ତଥା ଜାତୀୟ ସ୍ତରରେ କିପରି ସୁନାମ ଅର୍ଜନ କରିପାରିବେ ସେଥିଲାଗି ‘ହକି ଗଞ୍ଜାମ’ ଜିଲ୍ଲା ପ୍ରଶାସନ ଠାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସୁବିଧା ସହଯୋଗ ଯୋଗାଇବା ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଆଜି ସନ୍ଧ୍ୟାରେ ସ୍ଥାନୀୟ ସର୍କିଟ ଗୃହ ପରିସରରେ ହକି ଗଞ୍ଜାମର ଉପଦେଷ୍ଟା ସର୍ବେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଆଲୋଚନା ହୋଇଥିଲା । ଏଥିସହ ‘ହକି ଗଞ୍ଜାମ’କୁ ପରିଚାଳନା କରିବା ନିମନ୍ତେ ଆଜି ସମସ୍ତଙ୍କ ଉପସ୍ଥିତିରେ ନୂତନ କମିଟି ମଧ୍ୟ ଗଠନ କରାଯାଇଛି । କାର୍ଯ୍ୟକାରୀ ସଭାପତି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଉପଦେଷ୍ଟା ସର୍ବେଶ୍ୱର ରାଓ, ସଂପାଦକ ରାଜେନ୍ଦ୍ର ପ୍ରସାଦ ବେହେରା, ସହ ସଂପାଦକ ଶତ୍ରୁଘନ ନାହାକ, ଉପସଭାପତି ଅଜୟ ମହାପାତ୍ର ଓ ଟି.ଚନ୍ଦ୍ରଶେଖର ରାଓ, କୋଷାଧ୍ୟକ୍ଷ ବାଦଲ କୁମାର ପାଣ୍ଡି, ସହ-କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡାକୁ ମନୋନୀତ କରାଯାଇଥିବା ବେଳେ ଟେକ୍ନିକାଲ କମିଟିର ସନ୍ତୋଷ କୁମାର ଗୌଡ, ସନ୍ତୋଷ କୁମାର ବିଷୋୟୀ, ଦିପ୍ତୀଷ ପଟ୍ଟନାୟକ, ଅନୀଲ କୁମାର ବେହେରା, କାଳୁଚରଣ ଚୌଧୂରୀ ଓ ଅମୂଲ୍ୟ କୁମାର ବେହେରା ଏବଂ କାର୍ଯ୍ୟକାରୀ କମିଟିର ଏ.ମୋହନ ରାଓ, ଦୁର୍ଗାମାଧବ ସାହୁ, ରବୀନ୍ଦ୍ର ସେନାପତି, ଏସ୍‌.ମୋହନ ରେଡ୍ଡୀ, ଆଫ୍‌ତାପ ହୁସେନ୍ ଓ ଶ୍ରୀଧର ପଟ୍ଟନାୟକ ପ୍ରମୁଖ ସଦସ୍ୟଙ୍କୁ ଚୟନ କରାଯାଇଛି । ସେହିପରି ପରିଚାଳନା କମିଟିର ସଦସ୍ୟ ଭାବେ ଅହିଭୂଷଣ ସାହୁ, ପ୍ରଶାନ୍ତ କୁମାର ପଣ୍ଡା,ସୁଧୀର ପଟ୍ଟନାୟକ, ମନୋଜ କୁମାର ସାହୁ, ଗୌରୀଶଙ୍କର ମହାନ୍ତି, କେ.ଚନ୍ଦ୍ର ଶେଖର ରେଡ୍ଡୀ, ଏ.ରାବଣା ରାଓ, ଭେଙ୍କଟରାଓ ଦୋରା, ରବୀନ୍ଦ୍ର ନାଥ ସାହୁ ଓ ଟି.ଗଣେଶ ରାଓଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଛି । (ରିପୋର୍ଟ :ଶେଷଦେବ ସାହୁ )

Exit mobile version