ଜାତୀୟ ପ୍ରେସ ଦିବସ ପାଇଁ ପ୍ରସ୍ତୁତି ବୈଠକ – କଳାହାଣ୍ଡି

ଓଡ଼ିଶା ତାଜା ନ୍ୟୁଜ (୧୦ ନଭେମ୍ବର ମଙ୍ଗଳବାର) କଳାହାଣ୍ଡି :-  କଳାହାଣ୍ଡି ଜିଲ୍ଲା ନର୍ଲା ପ୍ରେସ କ୍ଲବ ପକ୍ଷରୁ ନର୍ଲା ଜଗନ୍ନାଥ ମନ୍ଦିର ପରିସରରେ ଜାତୀୟ ପ୍ରେସ ଦିବସର ପୂର୍ବ ପ୍ରସ୍ତୁତି ସକାଶେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କୋଭିଡ ନିୟମକୁ ପାଳନ ପୂର୍ବକ ପ୍ରେସ କ୍ଲବ ସାମ୍ବାଦିକ ଗଣ ଯୋଗଦାନ କରିଥିଲେ ।

କ୍ଲବ ସଭାପତି ଦୀପକ କୁମାର ଠାକୁରଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ସାମ୍ବାଦିକ ଭାଇମାନଙ୍କ ମତାମତକୁ ନେଇ ଆଗାମୀ ୧୬ ନଭେମ୍ବରରେ ହେବାକୁ ଥିବା ଜାତୀୟ ପ୍ରେସ ଦିବସରେ ସାମ୍ବାଦିକ ବନ୍ଧୁ ମିଳନ ସହ ପ୍ରେସ ଦିବସର ରୂପରେଖ କିପରି ହେବ ତାହା ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ମହାମାରୀ କରୋନା କଟକଣା ଯୋଗୁଁ ଚଳିତବର୍ଷ ନିରାଡମ୍ବର ଭାବେ ଏହାକୁ ପାଳନ ସକାଶେ ମତ ପ୍ରକାଶ ପାଇଛି।

ବୈଠକରେ ବିଭିନ୍ନ ଅନୁଷ୍ଠାନରୁ କିଛି ଖଳ ପ୍ରକୃତିର ସାମ୍ବାଦିକମାନେ ବେନିୟମ ଭାବେ ଅର୍ଥ ଆଦାୟ କରୁଥିବା ବେଳେ ରାଜ୍ୟରେ କିଛି ୱେବ ମିଡ଼ିଆ ଓ କିଛି ପ୍ରତିଷ୍ଠିତ ଖବରକାଗଜର ସାମ୍ବାଦିକ ମାନେ ଟଙ୍କା ଆଦାୟ କରି ପରେ ଜେଲ ହାଜତକୁ ଯିବା ଘଟଣାକୁ ନେଇ ସାମ୍ବାଦିକତା କ୍ଷେତ୍ରରେ ଏକ କଳଙ୍କ ଅଧ୍ୟାୟ ବୋଲି ପ୍ରେସ କ୍ଲବ ସାମ୍ବାଦିକ ଗଣ କ୍ଷୋଭ ପ୍ରକାଶ କରିଛନ୍ତି ।

ଏହି ବୈଠକରେ ଉପଦେଷ୍ଟା ମଣ୍ଡଳୀର ବରିଷ୍ଠ ଥବିରାମ ବୁଦ୍ଧିଆ, ଭିକାରୀ ଗଉଡ, ସୁଶାନ୍ତ ଚାନ୍ଦ, ତ୍ରିଲୋଚନ ଗଉଡ, ପ୍ରେସ କ୍ଲବ ସମ୍ପାଦକ ଅଜୟ ସେନାପତି, ପ୍ରଦୀପ କୁମାର ଗଉଡ, ସଞ୍ଜିବ ଦାସ ସହ ଅନ୍ୟାନ୍ୟ କର୍ମକର୍ତ୍ତା ଯୋଗଦାନ କରି ସୁଚିନ୍ତିତ ମତାମତମାନ ପ୍ରଦାନ କରିଥିଲେ। ଶେଷରେ ସାମ୍ବାଦିକ ଅଜୟ କୁମାର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ।(କଳାହାଣ୍ଡି ରିପୋର୍ଟ/ପ୍ରଦୀପ କୁମାର ଗଉଡ)

Exit mobile version