ଓଡ଼ିଶା ତାଜା ନ୍ୟୁଜ (୧ ନଭେମ୍ବର ରବିବାର ) ବରଗଡ଼ :- ସରସରା ସ୍ଥିତ ମା ସମଲେଶ୍ବରୀ ମନ୍ଦିରରେ ତିନି ଦିନ ଧରି ତା ୩୦ ,୧୦ ରୁ ତା ୧ , ୧୧ ରିଖ ପର୍ଯ୍ୟନ୍ତ ଦଶହରା ପର୍ବ ପାରମ୍ପରିକ ରିତିରେ ପୂଜା ଅନୁଷ୍ଠିତ ହୋଇଯାଇଛି । ଘଣ୍ଟ,ଶଙ୍ଖ,ବାଜା ଶୋଭାଯାତ୍ରାରେ କଳସ ଯାତ୍ରା ହୋଇ କଳସ ସ୍ଥାପନ କରି ମନ୍ଦିରରେ ପୂଜାରମ୍ଭ ହୋଇଥିଲା । ମାଁ ସମଲେଶ୍ବରୀ ପାଇଁ ରୁପାଛତର ପ୍ରତିଷ୍ଠା କରି ଦେବୀ ପାଖରେ ଅର୍ପଣ କରିଥିଲେ ସୁରେଶ ନାଗ । ପୂର୍ଣ୍ଣମା ତିଥିରେ ମନ୍ଦିରରେ ନେତ ବନ୍ଧନ,ସୂର୍ଯ୍ୟ ପୂଜା,ଗ୍ରାମ ଦେବତା ପୂଜା, ନବଗ୍ରହ ପୂଜା,ହୋମ,ହବନ,ମହା ଆଳତୀ କରି ଗୌନ୍ତିଆ ବରଣ,ଝାଙ୍କର ବରଣ,କର୍ତ୍ତା ବରଣ କରି ଗ୍ରାମ ପରିକ୍ରମା ଶୋଭାଯାତ୍ରା ହୋଇଥିଲା ।
ମନ୍ଦିରରେ କଖାରୀ ବଳୀ ଦିଆଯାଇଥିଲା । କର୍ତ୍ତା ଭାବରେ ଧର୍ମ ଭୋଇ ଓ ତାଙ୍କ ଧର୍ମପତ୍ନୀ ବର୍ଷା ଭୋଇ ଦାୟିତ୍ୱ ତୁଲାଇ ଥିଲେ । ପଣ୍ଡିତ ବାଳକୃଷ୍ଣ ପଣ୍ଡା ପୌରୋହିତ୍ଯରେ ୫ଜଣ ବ୍ରହ୍ମଣ ଗୋପାଳ ମିଶ୍ର, ସୌରୀ ତ୍ରିପାଠୀ, ମୁନୁ ପଣ୍ତା, ଆଶିଷ ମିଶ୍ର ପ୍ରମୁଖ ଯୋଗଦେଇ ଚଣ୍ତି ପାଠ କରିଥିଲେ । ଗ୍ରାମରେ ଅନ୍ନକୋଟ ହୋଇଥିଲା । ମନ୍ଦିର କମିଟି ସଭ୍ଯ ତପ ଭୋଇ,କୀର୍ତ୍ତନ୍ଯ ଭୋଇ, ଧର୍ମ ନାୟକ, ସାମ୍ବାଦିକ ବଳରାମ ପ୍ରଧାନ, ଆଦିତ୍ଯ ଭୋଇ ଆଦି ସଭ୍ଯ ମାନେ ଦାୟିତ୍ୱ ତୁଲାଇ ଥିଲେ । ( ରିପୋର୍ଟ – ନିରୋଜ କୁମାର ପାଣୀ )
