ଓଡ଼ିଶା ତାଜା ନ୍ୟୁଜ (୧ ନଭେମ୍ବର ରବିବାର) କଳାହାଣ୍ଡି :- ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ପାଣିମୁଣ୍ଡା ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଆନୁକୂଲ୍ୟରେ ଜୟ ତ୍ରିନାଥ ସାଂସ୍କୃତିକ ଅନୁଷ୍ଠାନ ,ପାଣିମୁଣ୍ଡା ସହଯୋଗରେ ଜାତୀୟ ଏକତା ଦିବସ/୧୪୩ ତମ ଲୌହ ମାନବ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କ୍ଲବର ସଭାପତି ମିଲନ କୁମାର ଭୋଇ , ମୁଖ୍ୟ ବକ୍ତା ଭାବେ ଉକ୍ତ ସ୍କୁଲର ବିଜ୍ଞାନ ଶିକ୍ଷକ ନିଳାମ୍ବର ସରାପ , ସମାଜ ସେବୀ ଅସୀମ ଭୋଇ ଓ ସୁଶୀଲ କୁମାର ପ୍ରଧାନ ସମ୍ମାନୀତ ଅତିଥି ଭାବରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ଟିକୁ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଜାତୀୟ ଯୁବ ସ୍ବେଚ୍ଛାସେବୀ ସମାନ୍ତ ମାଝୀ ପରିଚାଳନା କରିଥିଲେ। ମିଲନ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ମିତ୍ରପ୍ରୀୟ ଭୋଇ ,ସତ୍ୟପ୍ରିୟ ଭୋଇ ,ଲଳିତ ବାଗ ,ତୁଷାର ପ୍ରଧାନ , ପ୍ରମୂଖ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମରେ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ଅବଲମ୍ବନ କରି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ ।(ରିପୋର୍ଟ ପ୍ରଦୀପ କୁମାର ଗଉଡ)
