ଓଡ଼ିଶା ତାଜା ନ୍ୟୁଜ (୩୧ ଅକ୍ଟୋବର ଶନିବାର ) ହିଞ୍ଜିଳିକାଟୁ :- ସ୍ଥାନୀୟ ହିଞ୍ଜିଳି ଥାନାର ଅତି ନିକଟରେ ଥିବା ପରିବା ବଜାରର ଏକ ତେଜରାତି ଦୋକାନ ରୁ ଚୋରୀ ଯାଇଥିବା ଶନିବାର ଜଣାପଡିଛି । ବ୍ୟବସାୟୀ ଇ ପ୍ରଦୀପ କୁମାର ପାତ୍ରଙ୍କ ତେଜରାତି ଦୋକାନ ର ପଛପଟ କାନ୍ଥର ଇଟାକୁ ତାଡି ଦୁର୍ବୃତ୍ତ ମାନେ ଚୋରୀ କରିଥିବା ସେ ଅଭିଯୋଗ କରିଛନ୍ତି । ଦୁର୍ବୃତ୍ତ ମାନେ କିଛି ସାମଗ୍ରୀ ସହ ଖୁଚୁରା ଟଙ୍କା ଲୁଟି ନେଇଥିବା ବ୍ୟବସାୟୀ ଜଣକ ସୂଚନା ଦେଇଛନ୍ତି । ଏନେଇ ସେ ସ୍ଥାନୀୟ ପୁଲିସ ଥାନାରେ ଏତଲା ଦେଇଥିବା ବେଳେ ପୁଲିସ ପହଞ୍ଚି ଅନୁଧ୍ୟାନ କରିବା ଜଣାପଡିଛି । ବଡ ଧରଣର ଚୋରୀ ଯାଇ ନ ଥିଲା ବେଳେ ରାତ୍ରୀ ଡିୟୁଟି ରେ ନିୟୋଜିତ ଥିବା ଗୃହରକ୍ଷୀ ଓ ପୁଲିସର କଡା ପ୍ରହରା ସତ୍ତ୍ୱେ ସହରରେ ଛୋଟ ବଡ ଚୋରୀ ବୃଦ୍ଧି ପାଉଛି । ଆଲୋଚ୍ୟ ପ୍ରସଙ୍ଗଟି ହେଲା ଗତ କାଲି ଗଞ୍ଜାମ ପୁଲିସ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାଏ ସ୍ଥାନୀୟ ପୁଲିସ ଥାନା ପରିଦର୍ଶନ ଆସି ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ଏହାର କିଛି ଘଣ୍ଟା ପରେ ହେବା ଘଟଣା ସହର ବାସୀଙ୍କ ନିଦ ହଜାଇ ଏକ ଭୟର ବାତାବରଣ ସୃଷ୍ଟି କରିଛି । (ରିପୋର୍ଟ : ଶୁସାନ୍ତ ପ୍ରଧାନ )
ତେଜରାତି ଦୋକାନରୁ ଚୋରୀ

- Categories: Uncategorized, ଅପରାଧ, ଓଡ଼ିଶା, ହୋମ୍
Related Content
ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ
by
Proprietor Abhimanyu Maharana
September 14, 2026
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ
by
Proprietor Abhimanyu Maharana
September 14, 2026
World Odisha Society pays tribute to Pranab Patnaik
by
Proprietor Abhimanyu Maharana
September 14, 2026
ମାନବ ସେବା ହିଁ ମାଧବ ସେବା
by
Proprietor Abhimanyu Maharana
September 14, 2026
ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ
by
Proprietor Abhimanyu Maharana
September 14, 2026
ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ
by
Proprietor Abhimanyu Maharana
September 14, 2026