ରାଜଧାନୀ ରୁ କୋଟିଏ ଟଙ୍କାର ବ୍ରାଉନ୍‌ସୁଗାର ଜବତ

ଓଡ଼ିଶା ତାଜା ନ୍ୟୁଜ (୩୧ ଅକ୍ଟୋବର ଶନିବାର ) ଭୁବନେଶ୍ୱର :- ରାଜଧାନୀ ଭୁବନେଶ୍ୱରରୁ କୋଟିଏ ଟଙ୍କାର ବ୍ରାଉନ୍‌ସୁଗାର ଜବତ ହୋଇଛି । ଏହି ମାମଲାରେ ଜଣେ ବ୍ରାଉନ୍‌ସୁଗାର ଡିଲରକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ । ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ । ଅଭିଯୋଗରୁ ପ୍ରକାଶ , ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ମୂଳ ବାସିନ୍ଦା ହେଉଛନ୍ତି ସେକ ହସିମ ବକ୍ସ । ସେ ବ୍ରାଉନ୍‌ସୁଗାର ଧରି ରାଜଧାନୀ ଆସିଥିଲେ । ଏଠାରେ ବିକ୍ରି ପାଇଁ ଯୋଜନା କରୁଥିଲେ । ଏ ସମ୍ପର୍କରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ଜାଣିପାରି ଚଢ଼ଉ କରି ସେକ୍‌ ହସିମ୍‌ଙ୍କୁ ଗିରଫ କରିଥିଲା ।

ତାଙ୍କଠାରୁ ୧ କେଜି ୧୭୦ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା । ଯାହାର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ । ସେକ ଭୁବନେଶ୍ୱରରେ କେତେଦିନ ଧରି ବ୍ରାଉନ୍‌ସୁଗର ବେପାର କରୁଥିଲା ? ସେ କେଉଁ ଅଞ୍ଚଳକୁ ଯୋଗାଉଥିଲା ଓ କାହାକୁ ଦେଇଛି , ତାହା ଉପରେ ଏସ୍‌ଟିଏଫ୍‌ ତଦନ୍ତ ଆରମ୍ଭ କରୁଛି । କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ କହିବା ଅନୁସାରେ ଜାନୁଆରୀ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ୩୦ କେଜିରୁ ଅଧିକ ବ୍ରାଉନ୍‌ସୁଗାର ଜବତ ହୋଇଛି । ଏହି ଘଟଣାରେ ଏସ୍‌ଟିଏଫ୍‌ ୨୪ ମାମଲା ରୁଜୁ କରିଥିବା ବେଳେ ୪୪ ଜଣଙ୍କୁ ଗିରଫ କରିଛି । ଆଗାମୀ ଦିନରେ ଏହି ଅଭିଯାନ ଜାରି ରହିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି କହିଛି ।

Exit mobile version