କୁମାର ପୂର୍ଣ୍ଣିମା ଠାରୁ ଆରମ୍ଭ ହେଲା ଗଜଲକ୍ଷ୍ମୀ ପୂଜା ; ପରଦା ଆଢୁଆଳରେ ପୂଜା ପାଉଛନ୍ତି ମା

ଓଡ଼ିଶା ତାଜା ନ୍ୟୁଜ (୩୧ ଅକ୍ଟୋବର ଶନିବାର ) କଟକ :- , ଆଜି ହେଉଛି କୁମାର ପୂର୍ଣ୍ଣିମା ବା ଶରତ ପୂର୍ଣ୍ଣିମା । ଆଜର ଦିନକୁ ମା,ଗଜଲକ୍ଷ୍ମୀଙ୍କ ଜନ୍ମ ଦିନଭାବେ ପାଳନ କରାଯାଏ । ଏହି ଦିନ ଠାରୁ ମା, ଗଜଲକ୍ଷ୍ମୀଙ୍କ ପୂଜା ଗାଁ ଠାରୁ ସହର ପର୍ଯ୍ୟନ୍ତ ଧୁମଧାମରେ ପାଳନ କରାଯାଏ । ବ୍ରହ୍ମ ପୁରାଣ ଏବଂ ସ୍କନ୍ଦ ପୁରାଣ ଅନୁସାରେ କୁମାର ପୂର୍ଣ୍ଣିମା ଦିନ ମା,ଲକ୍ଷ୍ମୀ ବିଶ୍ୱ ଭ୍ରମଣରେ ବାହାରି , ମାନଵ ସମାଜର କାର୍ଯ୍ୟ କଳାପକୁ ନିରୀକ୍ଷଣ କରିଥାନ୍ତି ।

ଚଳିତ ବର୍ଷ ମହାମାରୀ କରୋନା ପାଇଁ ଗଜଲକ୍ଷ୍ମୀ ପୂଜା ନିରାଡ଼ମ୍ବର୍ ଭାବରେ ପାଳନ କରାଯାଉଥିବା ଦେବାକୁ ମିଳୁଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରୀ କରାଯାଇଥିବା ନିୟମ ଅନୁଯାୟୀ ବିଭିନ୍ନ ସ୍ଥାନରେ ପରଦା ଆଢୁଆଳରେ ମାଙ୍କ ପୂଜା କରାଯାଉଛି । ବିନା ସାଜସଜ୍ଜା ସାଙ୍ଗକୁ ସାଉଣ୍ଡ, ଲାଇଟ ନାହିଁ । ପୂଜା ମଣ୍ଡପ ବୁଲି ମାଙ୍କୁ ଦର୍ଶନ କରିବାର ସୁଯୋଗ ଏଥର ଶ୍ରଦ୍ଧାଳୁ ମାନଙ୍କୁ ମିଳିବ ନାହିଁ । ଏନେଇ ପୂଜା କମିଟି ର ସଦସ୍ୟଙ୍କ ଠାରୁ ଆରମ୍ଭ କରି ଶ୍ରଦ୍ଧାଳୁଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ସରାଗ ନାହିଁ ।

ବିଶ୍ୱରୁ ମହାମାରୀ କରୋନା ଦୂରେଇ ଯାଉବୋଲି ମାନଙ୍କୁ ପ୍ରାର୍ଥନା କରି ପୂଜା କରାଯାଉଛି । ଆସନ୍ତା ବର୍ଷକୁ କରୋନା ରହିବକି ଚଲିଯିବ କେବଳ ଜଗତ ଜନନୀ ମା ଲକ୍ଷ୍ମୀ ଏବଂ ନାରାୟଣଙ୍କୁ ଜଣା ବୋଲି ସାଧାରଣରେ ଆଲୋଚନା ହେଉଛି । ( ରିପୋର୍ଟ ଅମୂଲ୍ୟ କୁମାର ବାରିକ )

Exit mobile version