
ଓଡ଼ିଶା ତାଜା ନ୍ୟୁଜ (୩୧ ଅକ୍ଟୋବର ଶନିବାର ) କଟକ :- କଟକ ଆଜି ହେଉଛି କୁମାର ପୂର୍ଣ୍ଣିମା ସାଙ୍ଗକୁ ମା, ଗଜଲକ୍ଷ୍ମୀ ପୂଜା । କୁମାରୀ ଝିଅ ମାନେ ଭୋରୁ ଉଠି ସ୍ନାନ କରି ସାରିବା ପରେ ନୂଆ ପୋଷାକ ପିନ୍ଧିଥାନ୍ତି । ସୂର୍ଯ୍ୟ ଉଦୟ ହେବା ପୂର୍ବରୁ କୁଆଁରୀ ଝିଅମାନେ ତୁଳସୀ ଚଉଁରା ମୂଳେ ନୂଆ କୁଲାରେ ବିଭିନ୍ନ ପ୍ରକାର ଫୁଲ ଫଳ ଖଇ ଧୂପ ଦୀପ ନେଇ , ପ୍ରଥମେ ଚଉଁରାକୁ ବନ୍ଦାପନା କରି ସାରିବା ପରେ , ସୂର୍ଯ୍ୟ ଦେବଙ୍କୁ ଜଳଟେକି ବା ସହିତ ଆଞ୍ଜୁଳି ଟେକି ଥାନ୍ତି ।
ସନ୍ଧ୍ୟାରେ ଜହ୍ନ ଆସିବା ଦେଖି ବିଭିନ୍ନ ପିଠାପଣା ରେ ତୁଳସୀ ଚଉଁରା ମୂଳେ ଭୋଗ ଲାଗି କରାଯିବା ପରେ ମା ,ମାନେ ପିଲାମାନଙ୍କର ମଙ୍ଗଳ କାମନା କରିବା ସହ ବନ୍ଦାପନା କରିଥାନ୍ତି । ପୂଜା ଶେଷ ହେବା ପରେ ଜହ୍ନ ରାତିରେ କୁମାରୀ ଝିଅମାନେ ଏକତ୍ରିତ ହୋଇ ଜହ୍ନି ଓଷା ଗୀତ ଗାଇ ନିଜ ନିଜ ଭିତରେ ଖୁସି ବାଣ୍ଟିଥାନ୍ତି । କଟକର ବିଭିନ୍ନ ଗ୍ରାମରେ କୁମାର ପୂର୍ଣ୍ଣିମା ପାଳନ କରାଯାଇଛି । ଏହି ଅବସରରେ କଟକ ଫୁଲନଖରା ଓମଫେଡ଼ କଲୋନୀର ଝିଅମାନେ କୁମାର ପୂର୍ଣିମା ପାଳନ କରିଛନ୍ତି । (କଟକରୁ ରିପୋର୍ଟ ଅମୂଲ୍ୟ କୁମାର ବାରିକଙ୍କ)
