ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଆରୋଗ୍ୟବନର ଉଦଘାଟନ

ଓଡ଼ିଶା ତାଜା ନ୍ୟୁଜ (୩୦ ଅକ୍ଟୋବର ଶୁକ୍ରବାର) ଭୁବନେଶ୍ଵର :- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନର୍ମଦା ଜିଲ୍ଲାର କୋଭାଡ଼ିଆସ୍ଥିତ ଆରୋଗ୍ୟ ବନର ଉଦ୍‍ଘାଟନ କରିଛନ୍ତି। ସେ ମଧ୍ୟ ଆରୋଗ୍ୟ କୁଟିର ପରିଦର୍ଶନ କରିଛନ୍ତି। ଆୟୁର୍ବେଦିକ ଔଷଧପତ୍ରକୁ ପ୍ରୋତ୍ସାହନ ଦେବା ଲାଗି ତିଆରି ହୋଇଥିବା ଆରୋଗ୍ୟ ବନ ୧୭ ଏକର ପରିମିତ ଜମି ଉପରେ ଅବସ୍ଥିତ। ସେଠାରେ ୩୮୦ଟି ଔଷଧୀୟ ବୃକ୍ଷ ଲଗାଯାଇଛି। ପ୍ରଧାନମନ୍ତ୍ରୀ ଗୁଜରାଟରେ ଆଉ ୧୭ଟି ବିଭିନ୍ନ ପ୍ରକଳ୍ପର ଉଦ୍‍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ଆଜି ଗୁଜରାଟକୁ ଦୁଇଦିନିଆ ଗସ୍ତରେ ଯାଇ ସେଠାରେ ପହଞ୍ଚିଛନ୍ତି।

ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ତାଙ୍କୁ ବିମାନ ବନ୍ଦରଠାରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହାପରେ ସେ ଗାନ୍ଧିନଗର ଯାଇଥିଲେ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଗତକାଲି କେଶୁଭାଇ ପଟେଲଙ୍କର ଦେହାନ୍ତ ହୋଇଥିଲା। ସେହିପରି ପ୍ରଧାନମନ୍ତ୍ରୀ ଅଭିନୟ କ୍ଷେତ୍ରରୁ ରାଜନୀତିରେ ପ୍ରବେଶ କରିଥିବା ସ୍ୱର୍ଗତ ମହେଶ କୁମାର ଏବଂ ନରେଶ କନୋଡିଆଙ୍କ ପରିବାରବର୍ଗଙ୍କ ସହ ସାକ୍ଷାତ କରି ସେମାନଙ୍କୁ ସମବେଦନା ଜଣାଇଥିଲେ। (ଚିଫ ଏଡିଟର,ସ୍ବରୂପ ଦାସ)

Exit mobile version