ଉପନିର୍ବାଚନ ପାଇଁ ପୋଲିସ ଡିଜି ଏମ ଅଭୟଙ୍କ ଦ୍ବାରା ପ୍ରସ୍ତୁତି ବୈଠକ

ଓଡ଼ିଶା ତାଜା ନ୍ୟୁଜ (୩୦ ଅକ୍ଟୋବର ଶୁକ୍ରବାର) ଭୁବନେଶ୍ଵର :- ନଭେମ୍ବର ୩ରେ ବାଲେଶ୍ବର ସଦର ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । କୋଭିଡ୍‌ କଟକଣା ମଧ୍ୟରେ ଉପନିର୍ବାଚନ କରାଯିବାକୁ ନିଷ୍ପ୍ତି ନିଆଯାଇଛି । ଆଜି ବାଲେଶ୍ବର ଉପନିର୍ବାଚନ ନେଇ ପୁଲିସ ମହାନିର୍ଦେଶକ (ଡିଜିପି) ଅକ୍ଷୟ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି । କୋଭିଡ୍‌ ନିୟମ ଉଲ୍ଲଙ୍ଘନ ଏବଂ ବିଶୃଙ୍ଖଳା ସୃଷ୍ଟିକାରୀଙକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ସୁରକ୍ଷା ବ୍ୟବସ୍ଥା ସମୀକ୍ଷା ପରେ ପୁଲିସ ମହାନିର୍ଦେଶକ ଅଭୟ କହିଛନ୍ତି ଯେ ବାଲେଶ୍ବର ଉପନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବାଲେଶ୍ବର ସଦର ଉପନିର୍ବାଚନ ପାଇଁ ୨୪୬ଟି ବୁଥ୍‌ ବ୍ୟବସ୍ଥା କରାଯାଇଛି । ସେଠାରେ ୩୫ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବାକୁ ଥିବାବେଳେ ଆଜି ସୁଦ୍ଧା ୧୦ ପ୍ଲାଟୁନ୍‌ ପହଞ୍ଚି ସାରିଛନ୍ତି । କୋଭିଡ୍‌ କଟକଣା ଉଲ୍ଲଙ୍ଘନ ପ୍ରତି ତୀକ୍ଷ୍ମଣ ନଜର ରଖାଯାଇଛି । ଯେଉଁମାନେ କୋଭିଡ୍‌ କଟକଣା ଉଲ୍ଲଙ୍ଘନ କରିବେ ଏବଂ ବିଶୃଙ୍ଖଳା ସୃଷ୍ଟି କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ମହାନିର୍ଦେଶକ ଅଭୟ ପ୍ରକାଶ କରିଛନ୍ତି । (ଚିଫ ଏଡିଟର,ସ୍ବରୂପ ଦାସ )

Exit mobile version