
ଓଡ଼ିଶା ତାଜା ନ୍ୟୁଜ (୩୦ ଅକ୍ଟୋବର ଶୁକ୍ରବାର) ଭୁବନେଶ୍ୱର :- ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ବିଜୁ ଜନତା ଦଳ ର ମାସବ୍ୟାପୀ କରନା ସଚେତନା ଅଭିଯାନ ରେ ଆଜି ପୂର୍ବାହ୍ନରେ ଏକାମ୍ର ନିର୍ବାଚନ ମଣ୍ଡଳି ର ୱାର୍ଡ ନଂ ୪୪, ୫୭, ଏବଂ ୫୮ ର ବଡ଼ଗଡ଼ ଗ୍ରାମ ଠାରୁ ଆରମ୍ଭ କରି , ବଡ଼ଗଡ଼ ବ୍ରିଟ କଲୋନୀ , ଚିଲି ପୋଖରୀ ଅଞ୍ଚଳ ପର୍ଯ୍ୟନ୍ତ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ସାଧାରଣ ଜନତା ଙ୍କ ପାଖରେ ପହଞ୍ଚି ଲୋକମାନଙ୍କୁ ମହାମାରୀ କିପରି ନ ବ୍ୟାପିବ ସେଥିଲାଗି ମାସ୍କ ବାଣ୍ଟି ସଚେତନ କରିଥିଲେ
ଅନ୍ୟ ମାନଙ୍କ ମଧ୍ୟରେ ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରତାପ ଜେନା ଭୁବନେଶ୍ୱର ବିଜୁ ଯୁବ ଜନତା ଦଳ ଭୁବନେଶ୍ୱର ସଭାପତି ସମରେଶ ବେଉରା , ପୂର୍ବତନ କର୍ପୋରେଟ ଅବନୀ ପାଟଶାଣୀ , ବନ୍ଦନା ସାହୁ , ପୁଷ୍ପା ଦଶ ,ଅଶୋକ ସିଂ , କିଶୋର ମହାନ୍ତି , ଅଜିତ ବେହେରା , ସନ୍ତୋଷ ବେଜ , କୃଷ୍ଣ ଜେନା , ସନ୍ତୋଷ ସିଂ , ଦିଲନ ଦାସ , ବୁଢା ପରିଡା ପ୍ରମୁଖ ଉପସ୍ଥିତ ଥିଲେ
