ସ୍କୁଲ ବନ୍ଦ, ସରକାରୀ ନିଷ୍ପତ୍ତି ର ପ୍ରତିବାଦ – ବରଗଡ଼

ଓଡ଼ିଶା ତାଜା ନ୍ୟୁଜ (୩୦ ଅକ୍ଟୋବର ଶୁକ୍ରବାର) ବରଗଡ଼ :- ବରଗଡ଼ ଜିଲ୍ଲାର ୨୭୩ ସ୍କୁଲ କୁ ସରକାର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ । ସ୍କୁଲ ରେ ଛାତ୍ର ଛାତ୍ରୀଙ୍କ ଉପସ୍ଥାନ କମ୍ ଯୋଗୁଁ ଜିଲ୍ଲା ଶିକ୍ଷା ବିଭାଗ ର ସୁପାରିଶ କ୍ରମେ ଏହି ବନ୍ଦର ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ କରାଯାଇଥିବା କନସୋଲିଡେଟ୍ କମିଟି ସ୍କୁଲ ପିଛା ଷ୍ଟାଫ, ଶିକ୍ଷକ ଓ ଛାତ୍ର ଛାତ୍ରୀଙ୍କ ଉପସ୍ଥାନ ସ୍ଥିତି ସଂପର୍କରେ ଏକ ସମୀକ୍ଷା ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଥିଲେ । ବରଗଡ଼ ଜିଲ୍ଲାର ୧୬୭୯ ସ୍କୁଲ ମଧ୍ୟ ରୁ ୨୫୯ ସ୍କୁଲ କୁ ସରକାର ବନ୍ଦ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ସେଥିମଧ୍ୟରେ ବରଗଡ଼ ପୈ।ରାଞ୍ଚଳ ର ୱ।ର୍ଗ ନମ୍ବର ୩ ଦାଶ ପଡା ପ୍ରାଥମିକ ବିଦ୍ୟାଳୟ ମଧ୍ୟ ରହିଥିବାରୁ ପଡାବାସୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ବର୍ତ୍ତମାନ ସ୍କୁଲରେ ୨୮ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ ରତ ଥିବା ବେଳେ ଚଳିତ ବର୍ଷ ଆହୁରି ନାମ ଲେଖା ପାଇଁ ଆବେଦନ କରିଥିଲେ । ସ୍କୁଲ କୁ ବନ୍ଦ ନ କରିବାକୁ ଅଭିଭାବକ ଓ ଛାତ୍ର ଛାତ୍ରୀମାନେ ସ୍କୁଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବରଗଡ଼ ଜିଲ୍ଲା ଆମ ଆଦମୀ ପାର୍ଟି ପକ୍ଷରୁ ଏହାର ପ୍ରତିବାଦରେ ରାଜ୍ୟ ସରକାର ଏହି ନିଷ୍ପତ୍ତି କୁ ତୁରନ୍ତ ପ୍ରତ୍ୟାହାର କରିବା, ରାଜ୍ୟ ରେ ଖାଲି ଥିବା ୧୪୦୦୦ ପଦବୀ ପୂରଣ କରିବାକୁ ଦାବି କରିଛନ୍ତି । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)

Exit mobile version