ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକସେବା ଭବନର କନ୍‌ଭେନ୍‌ସନ୍‌ ସେଣ୍ଟର ଉଦ୍‌ଘାଟିତ

ଭୁବନେଶ୍ୱର, (ଓଡିଶା ତାଜା ନିଉଜ୍) ଲୋକସେବା ଭବନ 14-1-2020 :- ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନରେ ଲୋକସେବା ଭବନ ପରିସରରେ ନବନିର୍ମିତ ଅତ୍ୟାଧୁନିକ ବିଶ୍ୱସ୍ତରୀୟ କନ୍‌ଭେନ୍‌ସନ୍‌ ସେଣ୍ଟର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର, ଓଡ଼ିଶା ପର୍ଯ୍ୟଟନ ଏବଂ ସ୍ମାର୍ଟ ସିଟି, ଭୁବନେଶ୍ୱର ଉପରେ ପ୍ରଦର୍ଶିତ ତିନୋଟି ଭିଡ଼ିଓ ଦେଖିଥିଲେ । ୫୧୮୦ ବର୍ଗମିଟର ପରିମିତ ଅଞ୍ଚଳରେ ପ୍ରତିଷ୍ଠିତ ଏହି କନ୍‌ଭେନ୍‌ସନ୍‌ ସେଣ୍ଟର ନିର୍ମାଣ ବାବଦରେ ୪୦ କୋଟି ଟଙ୍କା ବ୍ୟୟ କରାଯାଇଛି ।

ଏହି କନ୍‌ଭେନ୍‌ସନ୍‌ ସେଣ୍ଟରକୁ ସ୍ୱତନ୍ତ୍ର ଭାବେ ଆଧୁନିକ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି । ଏହି ଦ୍ୱିତଳ ପ୍ରାସାଦର ତଳ ମହଲାରେ ୪୦୦ ଆସନ ବିଶିଷ୍ଟ ବୃହତ୍‌ ସମିଳନୀ ପ୍ରକୋଷ୍ଠ ରହିଛି । ଏଥିରେ ୩୭ ଫୁଟ୍‌ ଲଞ୍ଚ ଓ ୨୪ ଫୁଟ୍‌ ପ୍ରସ୍ଥ ବିଶିଷ୍ଟ ଏକ ବୃହଦାକାର ଭିଡିଓ ଓ୍ୱାଲ ନିର୍ମାଣ କରାଯାଇଛି ଓ ଏଥିରେ ପ୍ରତ୍ୟେକ ଧୁଡ଼ିରେ ମାଇକ୍ରୋଫୋନ୍‌ ଯୋଗ କରାଯାଇଛି । ଅନୁରୂ ପ ଭାବରେ, ତଳ ମହଲାରେ ୮୦-୯୦ ଆସନ ବିଶିଷ୍ଟ ବାଂକେ୍ୱଟ୍‌ ହଲ୍‌, ୬୦ ଆସନ ବିଶିଷ୍ଟ ବ୍ରେକ୍‌ଆଉଟ୍‌ ସ୍ପେଶ୍‌ ଓ ସୁସଜ୍ଜିତ ଭିଆଇପି ଲାଉଞ୍ଜ ରହିଛି । ଏଥିସହିତ କନ୍‌ଭେନ୍‌ସନ୍‌ ସେଣ୍ଟରର ପ୍ରଥମ ମହଲାରେ ୧୦୦ ଆସନ ବିଶିଷ୍ଟ ଏକ ସମିଳନୀ କକ୍ଷ ସମେତ ୩୦ ଏବଂ ୧୫ ଜଣ ବସିବା ଭଳି ଦୁଇଟି ପୃଥକ୍‌ ପୃଥକ୍‌ କ୍ଷୁଦ୍ର ସମିଳନୀ କକ୍ଷ ରହିଛି । ଏହି ସେଣ୍ଟରରେ ଦୁଇଟି ଗ୍ରୀନ୍‌ ରୁମ୍‌, କଣ୍ଟ୍ରୋଲ ରୁମ୍‌, ମେଡିକାଲ ରୁମ୍‌, ରେକର୍ଡ ରୁମ୍‌, ପ୍ରେସ୍‌ ଲାଉଞ୍ଜ ସହିତ ଅଫିସ୍‌ ଏବଂ ଖବରଦାତାଙ୍କୁ ସୂଚନା ପାଇଁ ସ୍ୱତନ୍ତ୍ର ସ୍ଥାନ ରହିଛି ।

ଦୁଇଟି ଲିଫଫି ରହିଥିବା ବେଳେ ସୁଦୃଢ଼ ଅଗ୍ନି ନିରା ପତ୍ତା ବ୍ୟବସ୍ଥା ରହିଛି । କନ୍‌ଭେନ୍‌ସନ୍‌ ସେଣ୍ଟରରେ ଭୂତଳ ଜଳ ସଂରକ୍ଷଣ ବ୍ୟବସ୍ଥା ସହିତ ଭିତର ଏବଂ ବାହାର ପାଶ୍ୱର୍ରେ ସବୁଜବଳୟ ଏବଂ ଲ୍ୟାଣ୍ଡସ୍କେପିଂ ବ୍ୟବସ୍ଥା କରାଯାଇଛି । ଓ ସ୍ୱତନ୍ତ୍ର ଶୌଚାଳୟ ବ୍ୟବସ୍ଥା କ୍ରମେ କନ୍‌ ଭେନ୍‌ସନ୍‌ ସେଣ୍ଟରକୁ ଭିନ୍ନକ୍ଷମ ଅନୁକୂଳ କରାଯାଇଛି । ଏହି ଉଦ୍‌ଘାଟନ ଉତ୍ସବରେ ପୂର୍ତ୍ତ ତଥା ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍‌ କୁମାର ତି୍ର ପାଠୀଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Exit mobile version