ଝାରବନ୍ଦ ବିଜାଡୋଲରେ ନାଗବାଚା ପର୍ବ ପାଳିତ

ଓଡ଼ିଶା ତାଜା ନ୍ୟୁଜ (୩୦ ଅକ୍ଟୋବର ଶୁକ୍ରବାର) ପଦ୍ମପୁର :- ପଦ୍ମପୁର ଉପଖଣ୍ତ ସ୍ଥିତ ଝାରବନ୍ଦ ଥାନାର ବିଜାଡୋଳ ଗ୍ରାମରେ ଗତ ସାତ ବର୍ଷ ଧରି ନାଗବାଚା ପର୍ବ ଅନୁଷ୍ଠିତ ହୋଇ ଆସୁଛି  । ଚଳିତ ବର୍ଷ ଶତାଧିକ ଶ୍ରଦ୍ଧାଳୁ ଙ୍କ ଉପସ୍ଥିତିରେ ଗୁରୁ କାର୍ତ୍ତିକ ଦାସଙ୍କ ନେତୃତ୍ବରେ ଏହି ପର୍ବ ପାଳିତ ହୋଇଥିଲା । ସରଗୁଲ, ବଣ୍ତାମୁଣ୍ତା, କନ୍ଧାଡଙ୍ଗର, ଅନୁଗୁଳ, ଡଭା, ହରଡାଟାଲ ଆଦି ଗ୍ରାମର ଶତାଧିକ ଯୁବକ ଏହିଦିନ ଗୁରୁ କାର୍ତ୍ତିକ ଦାସଙ୍କ ଠାରୁ ନାଗବାଚା ଦିକ୍ଷା ନେଇଥିଲେ  । ଏହି ପୂଜା ଶିବ ଭଗବାନଙ୍କୁ ଆରଧାନା କରାଯାଇ ଦିକ୍ଷା ନେବା ସହ ଦିକ୍ଷା ନେଉଥିବା ଯୁବକ ମାନେ ବିଷଧର ସର୍ପ ମାନଙ୍କୁ ମଧ୍ୟ ଆୟତ କରିବାରେ ସକ୍ଷମ ହୋଇଥାନ୍ତି  ।

ନାଗବାଚା ପୂଜା ଦିନ ଅନେକ ଲୋକ ବିଭିନ୍ନ ଦୋରା ରୋଗ୍ଯରୁ ମୁକ୍ତି ପାଇଁ ଓ ବିଶେଷ ଭାବେ ସନ୍ତାନ ପ୍ରାପ୍ତି  ଉଦ୍ଦେଶ୍ୟରେ ଅନେକ ଦମ୍ପତି ନାଗବାଚା ପୂଜା କରିଥାନ୍ତି  । ଏହି ପର୍ବକୁ ମୁଖ୍ଯତ ଶ୍ରୀ ବିଶି କେଶନ ନାଗ, ଉଝାକ କରେଇ , କିଶୋର ହାତୀ ,ବସୁଦେବ ହାତୀ ,ପରମେଶ୍ଵର ରଣା , ପବିତ୍ର କରୁଆଳ , କାର୍ତ୍ତିନ କରେଇ ,ସହଦେବ ରଣା , ଦୁବେସିଂ ବେହେରା ଆଦି ପରିଚାଳନା କରିଥିଲେ  । ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ  ।
( ରିପୋର୍ଟ  – ନିରୋଜ କୁମାର ପାଣୀ )

Exit mobile version