ଓଡ଼ିଶା ତାଜା ନ୍ୟୁଜ (୩୦ ଅକ୍ଟୋବର ଶୁକ୍ରବାର) ହିଞ୍ଜିଳିକାଟୁ :- ସ୍ଥାନୀୟ ପୋୖରାଞ୍ଚଳ ଅନ୍ତର୍ଗତ ଆଙ୍କରଡା ଗ୍ରାମରେ ଶୁକ୍ରବାର ରଞ୍ଜନ ରାଉତ ନାମକ ଜଣେ ଯୁବକ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି।ପ୍ରକାଶ ଯେ, ରଞ୍ଜନ କୌଣସି କାରଣକୁ କେନ୍ଦ୍ର କରି ଗ୍ରାମ ନିକଟରେ ଥିବା ଘୋଡାହାଡ ନଦୀ ନିକଟକୁ ଯାଇଥିଲେ।ସେଠାରେ ସେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ପାଣି ଭିତରକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । କିନ୍ତୁ ସେଠାରେ ଉପସ୍ଥିତ ଥିବା ଲୋକେ ଆହତ ରଞ୍ଜନକୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ପୀଡିତ ରଞ୍ଜନକୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଯାଇଥିବା ପରିବାର ସୂତ୍ରରୁ ଜଣାପଡ଼ିଛି । ତାଙ୍କ ଶରୀରର ଅଂଶ ନିଆଁରେ ପୋଡ଼ି ଯାଇଥିବା ଜଣାପଡିଛି । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )
ପେଟ୍ରୋଲ ଢାଳି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

- Categories: Uncategorized, ଅପରାଧ, ଓଡ଼ିଶା, ହୋମ୍
Related Content
କଳିଙ୍ଗ ସାହିତ୍ୟ ମହୋତ୍ସବ ପକ୍ଷରୁ ୨୦୨୬ ବୁକ୍ ଆୱାର୍ଡସ ପାଇଁ ହିନ୍ଦୀ ସର୍ଟଲିଷ୍ଟ ଘୋଷଣା
by
Proprietor Abhimanyu Maharana
July 9, 2026
କଣ୍ଟାବାଞ୍ଜି ପୋଲିସର ତତ୍ପରତା ଓ ଅନିଲ ଅଗ୍ରୱାଲଙ୍କ ସାଧୁତା
by
Proprietor Abhimanyu Maharana
July 8, 2026
କାମ ସାରି ଘରକୁ ଫେରୁଥିବା ବେଳେ ନିଖୋଜ ହେଲେ ଡ୍ରାଇଭର ସୀତାରାମ ସାହୁ
by
Proprietor Abhimanyu Maharana
July 8, 2026
ଭାଲୁଖାଇ ଛେଳି ଗୁହାଳରୁ ଦୁଇ ଯୁବକଙ୍କ ଶବ ଉଦ୍ଧାର, କାରଣ ଅସ୍ପଷ୍ଟ
by
Proprietor Abhimanyu Maharana
July 8, 2026
ରଥଯାତ୍ରା ପାଇଁ ପୋଲିସ ଓ ୮ ସାହି ବାସିନ୍ଦାଙ୍କ ସହ ସମନ୍ୱୟ ବୈଠକ
by
Proprietor Abhimanyu Maharana
July 8, 2026
ରଥଯାତ୍ରାରେ ବିପଦ ସାଜିବ ମୁକୁଳା ଡ୍ରେନ
by
Proprietor Abhimanyu Maharana
July 8, 2026