୧୧ଜୁଆଡ଼ି ଗିରଫ ;୧ଲକ୍ଷ ୧୩ ହଜାର ୪୩୦ ଟଙ୍କା ଜବତ

ଓଡ଼ିଶା ତାଜା ନ୍ୟୁଜ (୩୦ ଅକ୍ଟୋବର ଶୁକ୍ରବାର) ହିଞ୍ଜିଳିକାଟୁ :- ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ହିଞ୍ଜିଳି ଥାନା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ବେଧଡକ ଜୁଆ ଖେଳ  ଚାଲିଥିବା ଜଣାପଡ଼ିଛି । ହିଞ୍ଜିଳି ଥାନା ଲକ୍ଷ୍ମୀପୁର ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଗୁରୁବାର ସନ୍ଧ୍ୟା ସମୟରେ ହିଞ୍ଜିଳି ପୁଲିସ  ଚଢାଉ କରି ୧୧ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧ଲକ୍ଷ ୧୩ ହଜାର  ୪୩୦ ଟଙ୍କା ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ ୩୮୪/୨୦ରେ ଏକ ମାମଲା ରୁଜୁ କରାଯାଇଛି  ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।

ସ୍ଥାନୀୟ ଥାନା ଅଂଚଳରେ ଜୁଆ ଖେଳକୁ ସମ୍ପୁର୍ଣ୍ଣ ବନ୍ଦ କରିବା ପାଇଁ ଥାନା ଆଇଆଇସିଙ୍କ ତତ୍ୱାଧାନରେ ୬ଜଣ ପୁଲିସଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଆଗାମୀ ଦିନରେ ଜୁଆ ଆଡ୍ଡା ଚଢାଉ ଜାରି ରହିବ ବୋଲି ଥାନା ଆଇଆଇସି ଦାସ କହିଛନ୍ତି । ଚଢାଉରେ ଥାନା ଏସ.ଆଇ. ବାସୁଦେବ ଭୋଇ, ଡ଼ି.ମୋହନ, ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ, କନେଷ୍ଟବଳ ରାମଚନ୍ଦ୍ର ପ୍ରଧାନ, ବସନ୍ତ ଉପାଧ୍ୟାୟ, କେଦାରନାଥ ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )

Exit mobile version