ଭର୍ଚୁଆଲ ରାଲିରେ ମାଷ୍ଟର ଷ୍ଟ୍ରୋକ୍ ଖେଳିଲେ ମୁଖ୍ୟମନ୍ତ୍ରୀ କହିଲେ ; ନିଜେ ନେବେ ବାଲେଶ୍ୱରର ବିକାଶ ଦାୟିତ୍ୱ

ଓଡ଼ିଶା ତାଜା ନ୍ୟୁଜ (୨୯ ଅକ୍ଟୋବର ଗୁରୁବାର ) ବାଲେଶ୍ୱର : ବାଲେଶ୍ୱର ଉପ ନିର୍ବାଚନ ପାଇଁ ସରଗରମ ହେଉଛି ରାଜନୀତି । ପ୍ରଚାର ମଇଦାନରେ ବଡ ବଡ ନେତା ଓହ୍ଲାଇ ସାରିଥିବା ବେଳେ ଉପନିର୍ବାଚନ ପ୍ରଚାର ମଇଦାନକୁ ଏଂଟ୍ରି ମାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଭର୍ଚୁଆଲ ମିଟିଂ କରି ବାଲେଶ୍ୱରର ବିକାଶ ଦାୟିତ୍ୱ ଏବେ ତାଙ୍କର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ବାଲେଶ୍ୱର ଭୋଟକୁ ଆଉ ୪ ଦିନ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବାଲେଶ୍ୱରବାସୀଙ୍କ ମନ ଜିତିବା ପାଇଁ ମାଷ୍ଟରଷ୍ଟ୍ରୋକ ଖେଳିଛନ୍ତି । କହିଛନ୍ତି, ବାଲେଶ୍ୱରର ବିକାଶ ଏବେ ତାଙ୍କ ଦାୟିତ୍ୱ ।

ଡିଜିଟାଲ ମାଧ୍ୟମରେ ପ୍ରଚାର ମୈଦାନକୁ ଓହ୍ଲାଇ, ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀର ଭୋଟର୍ଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ, ଚାନ୍ଦିପୁର ଖେପଣାସ୍ତ୍ର ଘାଟିର ଇତିହାସ କହିଛନ୍ତି । ବିଜୁ ବାବୁ କେମିତି ଏପିଜେ ଅବଦୁଲ କାଲାମଙ୍କୁ କହିଥିଲେ, ଏମିତି ବାଟ ବାହାର କରନ୍ତୁ ଯେମିତି ଓଡିଶାରୁ ଚୀନକୁ ଟାର୍ଗେଟ କରି ହେବ । ଏବଂ ତାପରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ପାଇଁ ବାଟ ବାହାରିଥିଲା ବୋଲି ସେ କହିଛନ୍ତି ।ବାଲେଶ୍ୱର ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର । ନିର୍ବାଚନକୁ ଆଉ ୪ ଦିନ ବାକିରହିଥିବାବେଳେ ପ୍ରଚାର ଜୋରଧରିଛି । ଏଥର କରୋନା କଟକଣା ମଧ୍ୟରେ ନିର୍ବାଚନ ହେଉଛି ।

ପ୍ରଚାର ପାଇଁ ସବୁ ଦଳର ନେତା ଏଠାରେ ଡେରା ପକାଇଛନ୍ତି । ବିଜେପି ସାଂସଦ ବସନ୍ତ ପଣ୍ଡା ଆଜି ସକାଳୁ ସକାଳୁ ବାଲେଶ୍ୱରରେ ଦଳୀୟ ପ୍ରାର୍ଥୀ ମାନଓ ଦତ୍ତଙ୍କ ପାଇଁ ପ୍ରଚାର କରିଛନ୍ତି । ସେହିଭଳି ବିଜେଡି ମଧ୍ୟ ବାଇକ ରାଲି କରିଛି । ବିଧାୟକ ତଥା ଅଭିନେତା ଆକାଶ ଦାସ ନାୟକ ଏହି ପ୍ରଚାରର ସାମିଲ ହୋଇଥିଲେ ।ସେପଟେ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ନାୟକ ମଧ୍ୟ ପ୍ରଚାରକୁ ଜୋରଦାର କରିଛନ୍ତି । ସମର୍ଥକଙ୍କ ସହ ସେ ଲୋକଙ୍କ ନିକଟକୁ ଯାଇ ଭୋଟ ଭିକ୍ଷା କରୁଛନ୍ତି । ଲଗାତାର ଦ୍ୱିତୀୟ ଥର ଲାଗି ଅଭିନେତ୍ରୀ ରାଣୀ ପଣ୍ଡା ବେଣୁଙ୍କ ପାଇଁ ପ୍ରଚାର କରୁଛନ୍ତି ।(ଦୀପ୍ତିମାନ ପତି /ବାଲେଶ୍ୱର )

Exit mobile version