ଓଡ଼ିଶା ତାଜା ନ୍ୟୁଜ (୨୯ ଅକ୍ଟୋବର ଗୁରୁବାର ) କଟକ ,ଚୌଦ୍ଵାର :- ନକଲି ସୁନା ଇଟା କାରବାର ରେ ଦୁଇ ଗିରଫ ସହ ସୁନା ଇଟା ଜବତ ,ଏପରି ଘଟଣା ଘଟିଛି କଟକ ଜିଲ୍ଲା ଚୌଦ୍ୱାର ଅଂଚଳରେ । ଗତ ୨୭/୧୦/୨୦ ତାରିଖ ରେ ଚୌଦ୍ୱାର ନବଗ୍ରହ ସାହୀ ର ସୁଜିତ କୁମାର ମହାରଣା ଙ୍କ ଅଭିଯୋଗ ଅନୁଯାୟି ଚୌଦ୍ୱାର ତଳ ବଜାର ର ବିଜୟ ବେହେରା ଓ ଓଟିଏମ କଲୋନୀ ୮ ନମ୍ବର ୱାର୍ଡ ରେ ରହୁଥିବା ବିହାର ର ସଂଗ୍ରାମ ମହନ୍ତ ଗତ ୨୬/୧୦/୨୦ ରିଖ ଗାନ୍ଧୀ ଛକ ଠାରେ ତାଙ୍କୁ ସଂଗ୍ରାମ , ଛୋଟୁ ନାମକ ବ୍ୟକ୍ତି ଏବଂ ଅନ୍ୟ ଜଣେ ଅଜଣା ବ୍ୟକ୍ତି ଙ୍କ ସହ ପରିଚୟ କରାଇଥିଲା ।
ଛୋଟୁ ତାଙ୍କୁ ୯୦୦ ଗ୍ରାମ ର ଏକ ସୁନା ଇଟା ପାଞ୍ଚ ଲକ୍ଷ ଟଙ୍କା ବିନିମୟ ରେ ଦେଇଥିଲା । ସେ ଘରକୁ ଆସି ଏହି ସୁନା କୁ ପରୀକ୍ଷା କରିବାରୁ ଏହା ନକଲି ସୁନା ଥିଲା ବୋଲି ଜାଣିବାକୁ ପାଇଥିଲେ । ଅଭିଯୋଗ ପରେ ଚୌଦ୍ୱାର ଥାନା ପୂଲିସ ବିଜୟ ବେହେରା ଓ ସଂଗ୍ରାମ ମହନ୍ତ ଙ୍କୁ ଗିରଫ କରି ସେମାନଙ୍କ ଠାରୁ ୧ ଲକ୍ଷ ୪୫ ହଜାର ଟଙ୍କା ,ଦୁଇ ଟି ମୋବାଇଲ ଫୋନ ସହ ୯୦୦ ଗ୍ରାମ ର ଏକ ନକଲି ସୁନା ଇଟା ଜବତ କରି ଦୁଇ ଜଣଙ୍କୁ କୋର୍ଟ ଫରୱାର୍ଡ଼ କରିଛି । ଉକ୍ତ ଘଟଣା ର ତଦନ୍ତ କରିବା ସହ ଅନ୍ୟ ଅପରାଧୀ ମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଚୌଦ୍ୱାର ଥାନା ଅଧିକାରୀ ବିରଂଚି ନାରାୟଣ ପତି । (କଟକ ରିପୋର୍ଟ – ରଶ୍ମିତା ମହାପାତ୍ର )
