ଓଡ଼ିଶା ତାଜା ନ୍ୟୁଜ (୨୯ ଅକ୍ଟୋବର ଗୁରୁବାର ) କୋଦଳା :- ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା (ଡୁଡା) ଅଧ୍ୟକ୍ଷଙ୍କ ନିର୍ଦେଶ କ୍ରମେ କୋଦଳା ଏନଏସିର ଯନ୍ତ୍ରୀ ଜିତେନ୍ଦ୍ର କୁମାର ବେହେରାଙ୍କୁ ଗଞ୍ଜାମ ଏନଏସିକୁ ବଦଳି ହୋଇଛି । ଡୁଡା ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରୁ ଏ ନେଇ ୨୧.୧୦.୨୦ (ବୁଧବାର) ବିଜ୍ଞପ୍ତି (ଚିଠି ନଂ- ୧୬୯୧) ପ୍ରକାଶ ପାଇଛି । କିନ୍ତୁ ଏ ଯାଏଁ ଶ୍ରୀ ବେହେରା କୋଦଳା ଏନଏସି ଛାଡ଼ିନଥିବା ବେଳେ ନିଜର କାର୍ଯ୍ୟଭାର ନୂତନ ଯନ୍ତ୍ରୀଙ୍କୁ ହସ୍ତାନ୍ତର କରିନଥିବା ଅଭିଯୋଗ ହେଇଛି । ଏନଏସିର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଶ୍ରୀ ବେହେରା ଓ ଠିକାଦାର ମାନଙ୍କ ମଧୁଚନ୍ଦ୍ରିକାରେ ନିମ୍ନମାନର କାର୍ଯ୍ୟ ହେଉଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ବହୁତ ଥର ପ୍ରକାଶ ପାଇଥିବା ବେଳେ ଶ୍ରୀ ବେହେରାଙ୍କ କାର୍ଯ୍ୟ ଶୈଳୀକୁ ନେଇ ସାଧାରଣ ଜନତା ଅସନ୍ତୋଷ ଜାହିର କରିଛନ୍ତି । ଶ୍ରୀ ବେହେରା କୋଦଳା ଏନଏସିରୁ ଯିବାକୁ ଇଚ୍ଛୁକ ଥିବା ବେଳେ ରାଜନୈତିକ ହାତ କୁଆଡେ ଲମ୍ବା, ଏଣୁ କୋଦଳା ଏନଏସିରେ ପୁଣି ରହିବାକୁ ଶ୍ରୀ ବେହେରା ଆଶାୟୀ ଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେଣୁ ନୂତନ ଯନ୍ତ୍ରୀ କେଉଁଦିନ କୋଦଳା ଏନଏସିକୁ ଆସି କାର୍ଯ୍ୟଭାର ଗ୍ରହଣ କରିବେ ସେ ନେଇ ଅଞ୍ଚଳବାସୀଙ୍କ ମନରେ ଉଙ୍କି ମାରିଛି । ( ରିପୋର୍ଟ : ଶେଷଦେବ ସାହୁ ଗଞ୍ଜାମ ଜିଲ୍ଲା ବ୍ୟୁରୋ )
ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ କୋଦଳା ଏନଏସି ଯନ୍ତ୍ରୀଙ୍କ ଅନ୍ୟତ୍ର ବଦଳି

- Categories: Uncategorized, ଓଡ଼ିଶା, ହୋମ୍
Related Content
ଅସୁସ୍ଥଥିବା କଟକ ମହାନଗର ଶାନ୍ତି କମିଟିର ଶ୍ରୀ ଭିକାରୀ ଦାସଙ୍କୁ ଭେଟିଲେ ସି.ପି.ଆଇ ନେତୃମଣ୍ଡଳୀ
by
Proprietor Abhimanyu Maharana
September 18, 2026
ମା "ମଙ୍ଗଲ ଚଣ୍ଡୀଙ୍କ ନୂତନ ପିତ୍ତଳ ମେଢରେ ଝଲସିଲା ପୁଜା ମଣ୍ଡପ
by
Proprietor Abhimanyu Maharana
September 18, 2026
ବନମାଳୀପୁର ଦୁର୍ଗା ପୂଜାରେ ବିନା ଡି 'ଜେ' ରେ ଶୃଙ୍ଖଳିତ ପୂଜା ପାଇଁ ନିଷ୍ପତ୍ତି
by
Proprietor Abhimanyu Maharana
September 18, 2026
"ମୋ ପରିବାର" ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀ ସମ୍ମାନୀତ
by
Proprietor Abhimanyu Maharana
September 17, 2026
ଅମ୍ବାନୀ ପରିବାର ଗଣେଶ ପୂଜାରେ ଯୋଗଦେଲେ ଅଚ୍ୟୁତ ସାମନ୍ତ
by
Proprietor Abhimanyu Maharana
September 17, 2026
ସାମୁହିକ ଗଣେଷ ମେଢ଼ ବିସର୍ଜନ ଲାଗି ପ୍ରଶାସନିକ ପ୍ରସ୍ତୁତି ବୈଠକ
by
Proprietor Abhimanyu Maharana
September 17, 2026