କପିଳାସ ବନାଞ୍ଚଳ ଅଧିକାରୀଙ୍କ ବଡ଼ ସଫଳତା ; ଶିକାରୀ ଗିରଫ – ବହୁ ଅସ୍ତ୍ରଶସ୍ତ୍ର ଓ ସରଞ୍ଜାମ ସହ ମୟୁରପକ୍ଷୀ ଏବଂ ଝିଙ୍କ କାଠି ଜବତ

ଓଡ଼ିଶା ତାଜା ନ୍ୟୁଜ (୨୮ ଅକ୍ଟୋବର ବୁଧବାର) ଢେ଼ଙ୍କାନାଳ :- ଜିଲ୍ଲା ବନଖଣ୍ଡ ଅଧିନ କପିଳାସ ବନାଞ୍ଚଳ ଅଧିକାରୀଙ୍କ ବଡ଼ ସଫଳତା। ଜଣେ ଶିକାରୀ ଗିରଫ। ବହୁ ଅସ୍ତ୍ରଶସ୍ତ୍ର ଓ ସରଞ୍ଜାମ ସହ ମୟୁରପକ୍ଷୀ ଏବଂ ଝିଙ୍କ କାଠି ଜବତ ହୋଇଛି। କୌଣସି ସୂତ୍ରରୁ କପିଳାସ ବନାଞ୍ଚଳ ଅଧିକାରୀ ଜିଲ୍ଲାର ଐତିହାସିକ ପର୍ଯ୍ୟଟନସ୍ଥଳୀ କପିଳାସ ଅଭୟାରଣ୍ୟ ଭିତରେ ଦୀର୍ଘଦିନ ଧରି ଶିକାରୀଙ୍କ ଆଡ୍ଡା ଚାଲିଥିବା ଜାଣିପାରି ଗତକାଲି ରାତିରେ ହଠାତ୍ ଚଢାଉ କରିଥିଲେ ।

ଏହି ଆଡ୍ଡାରେ ଚଢ଼ାଉ ବେଳେ ନିକଟସ୍ଥ ଦେଓଘର ଅଞ୍ଚଳର ସୁରେଶ ସାମଲ ନାମକ ଜଣେ ଶିକାରୀକୁ ଗିରଫ କରିବା ସହ ଦୁଇଟି ଦେଶୀ ବନ୍ଧୁକ, ବହୁ ଗୁଳି ବାରୁଦ,ମାଂସକଟା ଛୁରୀ ଚାପଡ, ଲାଇଟ୍ ଓ ମୟୁରପକ୍ଷୀ ଏବଂ ଝିଙ୍କ କାଠି ଜବତ କରାଯାଇଛି। ଗିରଫ ଶିକାରୀ ଦୀର୍ଘଦିନ ଧରି ଏଠାରେ ବନ୍ୟଜନ୍ତୁ ଶିକାର କରି ନିଜର ବ୍ୟବସାୟ ଚଳାଇଥିବା ପ୍ରଥମିକ ତଦନ୍ତରୁ ଜଣାପଡିଛି ବୋଲି ଦର୍ଶାଇ ଅଭିଯୁକ୍ତଙ୍କ ନାମରେ ଓଆର୍ କେସ୍ ନଂ-୫୮/୨୦୨୦-୨୧ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି କପିଳାସ ବନାଞ୍ଚଳ ଅଧିକାରୀ। (ରିପୋର୍ଟ୍ ଅମର ରଞ୍ଜନ ଦାସ)

Exit mobile version