ପଲିଥିନ ତଲେ ଦିନ କଟୁଛି

ଓଡ଼ିଶା ତାଜା ନ୍ୟୁଜ (୨୮ ଅକ୍ଟୋବର ବୁଧବାର ) ପଦ୍ମପୁର:- ପଦ୍ମପୁର ବ୍ଲକ ଞାନ ଗ୍ରାମ ପଞ୍ଚାୟତର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସରକାରଙ୍କ ପକ୍ଷରୁ ରାଜ୍ୟର ପ୍ରତେକ ଗରିବ ହିତାଧିକାରୀ ମାନଙ୍କର ଘରକୁ ପକ୍କା କରିଦେବା ପାଇଁ ଘୋଷଣା ଉପରେ ଘୋଷଣା କରି ଚାଲିଛନ୍ତି । ହେଲେ କିଏ କୋଠା ଘରେ ମଜା ମଜଲିସ କରୁଛି ତ କିଏ ପଲିଥିନ ତଳେ ଖରା ବର୍ଷା ଦିନ କାଟୁଛି । ଞାନ ଗ୍ରାମର ଲାଲ ବାହାଦୁର ସେଠ ଜଣେ ଅତ୍ଯନ୍ତ ଗରିବ ଖଟିଖିଆ ଲୋକ ।

ପରିବାର ମଧ୍ୟରେ ୪ ଜଣ । ଅନ୍ଯ ଲୋକଙ୍କର ଜମିରେ ଭାଗ ଚାଷୀ ଭାବରେ ଚାଷ କରି ଜୀବିକା ନିର୍ବାହ କରୁଛନ୍ତି । ଘର ଖଣ୍ତିଏ ପାଇଁ ସରପଞ୍ଚ ଙ୍କ ଠାରେ ହାରୀ ଗୁହାରି କରି ଅନେକ ଥର ଆବେଦନ କଲେ ମଧ୍ୟ ଘର ମିଳୁନାହିଁ । ପଲଥିନ ତଳେ ଦିନ କାଟୁଛନ୍ତି । ଆଜି ପର୍ଯ୍ୟନ୍ତ ଘର ମିଳୁନାହିଁ । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସଦୟ ହୋଇ ଘର ଖଣ୍ଡିଏ ଦେବା ପାଇଁ ସାଧାରଣରେ ଦାବି ହେଉଛି । (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version