କଣ୍ଟିଲୋରେ ଦୁର୍ଗା ପୂଜା ଶେଷ

ଓଡ଼ିଶା ତାଜା ନ୍ୟୁଜ (୨୭ ଅକ୍ଟୋବର ମଙ୍ଗଳବାର ) କଣ୍ଟିଲୋ :- କଣ୍ଟିଲୋ ଓ ଏହାର ଆଖପାଖ ଗ୍ରାମମାନଙ୍କରେ ଶାରଦୀୟ ଦୁର୍ଗା ପୂଜା ଅବସରରେ ମୃଣ୍ମୟୀ ମୃର୍ତ୍ତି ନିର୍ମାଣ କରାଯାଇ ନିରାଡ଼ମ୍ବର ଭାବରେ ଅନୁଷ୍ଠିତ ହୋଇଯାଇଛି l କରୋନା କଟକଣା ଯୋଗୁ ସବୁ ଅଞ୍ଚଳରେ ପୂଜା ମଣ୍ଡପ ଫାଙ୍କା ଦେଖାଯାଇଥିଲା l କେତେକ ପୂଜାମଣ୍ଡପରେ ଦୁର୍ଗା ମା ‘ ଙ୍କର ଫଟୋ କେବଳ ପୂଜା କରାଯାଇଥିଲା l

ଏହିପରିପ୍ରେକ୍ଷୀରେ କଣ୍ଟିଲୋ ହାଟମୁଣ୍ଡ ପାଟଣା ଜନକଲ୍ୟାଣ କ୍ଳବ, ମଝିସାହି ପାଟଣା ରାଧାମୋହନ ଯୁବ କ୍ଳବ, ଛାମୁ ପାଟଣା, ଫକୀରଅତବୁଦ୍ଧି ପାଟଣା ବରୁଣେଇ କ୍ଳବ, କୃଷ୍ଣେଶ୍ଵର ପାଟଣା, ଖୁଦବେହେରା ପାଟଣା, କଣ୍ଟିଲୋ ଉପର ବଜାର, କଂସାରୀ ସାହି ପାଟଣା, ମାଧବଚୌଧୁରୀ ପାଟଣା, ବାପୁଜୀ ନଗର ଓ ପାଟଣା ବସଷ୍ଟାଣ୍ଡ ରେ ମା’ ସିଂହ ବାହିନୀ ବେଶରେ ଦର୍ଶନ ଦେଇଥିଲେ l ସବୁଠାରେ କରୋନା ଭୟ ଓ ନୈରାଶ୍ୟର ବାତାବରଣ ଦେଖାଦେଇଥିଲାବେଳେ ଏଭଳି ପରିସ୍ଥିତି ଆଉନଆସୁବୋଲି ବୁଦ୍ଧିଜିବୀ ଓ ବୟସ୍କ ଲୋକେ ମା ‘ଙ୍କୁ ପ୍ରାର୍ଥନା କରୁଥିବା ଦେଖାଯାଇଥିଲା l      (କଣ୍ଟିଲୋ ରିପୋର୍ଟ /ପ୍ରଭାକର ଶିରୋମଣି)

Exit mobile version