ଓଡ଼ିଶା ତାଜା ନ୍ୟୁଜ ( ୨୭ ଅକ୍ଟୋବର ମଙ୍ଗଳବାର ) ଢେଙ୍କାନାଳ :- ରାଜ୍ୟରେ ସହରାଞ୍ଚଳର ଭିତ୍ତିଭୂମି ଉନ୍ନତିକରଣ ତଥା ସାମଗ୍ରିକ ବିକାଶ ପାଇଁ ମୋ ସରକାର “ଉନ୍ନତି” ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏହି ଯୋଜନାରେ ମୁନିସିପାଲିଟିର ପ୍ରତ୍ୟେକ ୱାର୍ଡ଼ ପାଇଁଁ ୨୫ ଲକ୍ଷ ଟଙ୍କା ହିସାବରେ ଅଞ୍ଚଳର ସୌନ୍ଦର୍ଯ୍ୟ ଓ ମୌଳିକ ଭିତ୍ତିଭୂମି ବାବଦରେ ଯୋଗାଇ ଦିଆଯାଉଅଛି । କିନ୍ତୁ ଢେଙ୍କାନାଳ ସହରର ସୌନ୍ଦର୍ଯ୍ୟ ବଢାଉଥିବା ଐତିହାସିକ କୁଞ୍ଜକାନ୍ତ ନାମକ ପୁଷ୍କରିଣୀଟି ଆଜି ପର୍ଯ୍ୟନ୍ତ ଉଦ୍ଧାର ହୋଇ ପାରୁନି । ଜିଲ୍ଲା ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ଆଜି ଏହି ଉନ୍ନତି ଯୋଜନାରୁ ବଞ୍ଚିତ ଥିବାବେଳେ ଏବେ ଆଗକୁ ପୂଜା ପାର୍ବଣ ଆସୁଥିବା ଦେଖି ବିସର୍ଜନ କୁଣ୍ଡ ପୁନଃଉଦ୍ଧାରରେ ନାଁରେ ଅବହେଳିତ କୁଣ୍ଡରୁ ମାଟି ଖୋଳାହୋଇ ସହରର ସୁନ୍ଦର ଐତିହାସିକ ପୁଷ୍କରିଣୀକୁ ପୋତା ଚାଲିଛି । ଏଥିରେ କାର୍ଯ୍ୟ କରାଉଥିବା ଅଧିକାରୀଙ୍କ ଏ ବାବଦରେ ଦକ୍ଷତା ନଥିବା ସ୍ପଷ୍ଟ ପ୍ରମାଣ ମିଳୁଛି । ଯାହାକି, ଅଞ୍ଚଳର ଜନସାଧାରଣଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । (ରିପୋର୍ଟ ଅମର ରଞ୍ଜନ ଦାସ)
ବିସର୍ଜନ କୁଣ୍ଡ ପୁନଃଉଦ୍ଧାର ନାଁରେ ଐତିହାସିକ ପୁଷ୍କରିଣୀ ପୋତା ଚାଲିଛି ; ଅଧିକାରୀଙ୍କ ଦକ୍ଷତା ନଥିବା ଅଭିଯୋଗ – ଢେଙ୍କାନାଳ

- Categories: Uncategorized, ଅପରାଧ, ଓଡ଼ିଶା, ହୋମ୍
Related Content
କଳିଙ୍ଗ ସାହିତ୍ୟ ମହୋତ୍ସବ ପକ୍ଷରୁ ୨୦୨୬ ବୁକ୍ ଆୱାର୍ଡସ ପାଇଁ ହିନ୍ଦୀ ସର୍ଟଲିଷ୍ଟ ଘୋଷଣା
by
Proprietor Abhimanyu Maharana
July 9, 2026
କଣ୍ଟାବାଞ୍ଜି ପୋଲିସର ତତ୍ପରତା ଓ ଅନିଲ ଅଗ୍ରୱାଲଙ୍କ ସାଧୁତା
by
Proprietor Abhimanyu Maharana
July 8, 2026
କାମ ସାରି ଘରକୁ ଫେରୁଥିବା ବେଳେ ନିଖୋଜ ହେଲେ ଡ୍ରାଇଭର ସୀତାରାମ ସାହୁ
by
Proprietor Abhimanyu Maharana
July 8, 2026
ଭାଲୁଖାଇ ଛେଳି ଗୁହାଳରୁ ଦୁଇ ଯୁବକଙ୍କ ଶବ ଉଦ୍ଧାର, କାରଣ ଅସ୍ପଷ୍ଟ
by
Proprietor Abhimanyu Maharana
July 8, 2026
ରଥଯାତ୍ରା ପାଇଁ ପୋଲିସ ଓ ୮ ସାହି ବାସିନ୍ଦାଙ୍କ ସହ ସମନ୍ୱୟ ବୈଠକ
by
Proprietor Abhimanyu Maharana
July 8, 2026
ରଥଯାତ୍ରାରେ ବିପଦ ସାଜିବ ମୁକୁଳା ଡ୍ରେନ
by
Proprietor Abhimanyu Maharana
July 8, 2026