ଓଡ଼ିଶା ତାଜା ନ୍ୟୁଜ ( ୨୭ ଅକ୍ଟୋବର ମଙ୍ଗଳବାର ) ବାଲେଶ୍ୱର :- ଉପ-ନିର୍ବାଚନ ନେଇ ଭୋଟ ଗ୍ରହଣ ତାରିଖ ପାଖେଇ ଆସୁଥିବା ବେଳେ ଚାଲିଛି ହାଇଭୋଲଟେଜ୍ ପ୍ରଚାର । ଏହି କ୍ରମରେ ସାମିଲ ହେବେ ଖୋଦ୍ ବିଜେଡିର ସଭାପତି ତଥା ଦଳର ସର୍ବୋଚ୍ଚ ଷ୍ଟାର ପ୍ରଚାରକ ନବୀନ ପଟ୍ଟନାୟକ । ଆସନ୍ତା ୨୯ ତାରିଖରେ ବାଲେଶ୍ୱର ସଦର ଆସନ ପାଇଁ ପ୍ରଚାର କରିବେ ନବୀନ । ବାଲେଶ୍ୱରର ଆଇଟିଆଇ ପଡ଼ିଆ ଓ ସିଦ୍ଧି କଲ୍ୟାଣ ମଣ୍ଡରେ ଭର୍ଚୁଆଲ୍ ପ୍ରଚାର କରିବେ । ବାଲେଶ୍ୱର ସଦର ଆସନ ନେଇ ଦଳୀୟ ପ୍ରାର୍ଥୀ ସ୍ୱରୂପ ଦାସଙ୍କ ପାଇଁ ପ୍ରଚାର କରିବେ ବିଜେଡି ସୁପ୍ରିମୋ । ପୂର୍ବରୁ ନବୀନଙ୍କ ପ୍ରଚାରକୁ ନେଇ କିଛି ସ୍ପଷ୍ଟ ସୂଚନା ନଥିବା ବେଳେ ଆଜି ଏ ନେଇ ସ୍ପଷ୍ଟ ହୋଇଛି । ଯାହାକୁ ନେଇ ଦଳୀୟ ପ୍ରାର୍ଥୀ, ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଅପରପକ୍ଷରେ ଉପ ନିର୍ବାଚନ ନେଇ ଭୋଟ ଗ୍ରହଣକୁ ଦିନ କେଇଟା ଥିବା ବେଳେ ରୋମାଞ୍ଚକର ହେଉଛି ରାଜନୈତିକ ସମୀକରଣ । ବାଲେଶ୍ୱରରେ ତିନିଦଳର ନେତା ଓ ପ୍ରାର୍ଥୀ ଜିତିବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି । ସଦର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ବିଜେଡିର ରୋଡ୍ ଶୋ’ଚାଲିଛି ଓ ୱାର୍ଡ ପ୍ରତି ଗୁରୁତ୍ୱ ଦିଆଯାଉଛି । ବାଲେଶ୍ୱର ନିର୍ବାଚନ ମଣ୍ଡଳୀରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରଚାର ଦଳକୁ ବେଶ ସୁହାଇବ ବୋଲି କର୍ମୀ ଆଶାବାଦୀ । ( ଦୀପ୍ତିମାନ ପତି /ବାଲେଶ୍ୱର )
ବାଲେଶ୍ୱର ଉପ-ନିର୍ବାଚନ ଲାଗି ପ୍ରଚାର କରିବେ ନବୀନ ; ୨୯ ରେ ସଦରରେ ଭର୍ଚୁଆଲ୍ ପ୍ରଚାର

- Categories: Uncategorized, ଓଡ଼ିଶା, ହୋମ୍
Related Content
କଳିଙ୍ଗ ସାହିତ୍ୟ ମହୋତ୍ସବ ପକ୍ଷରୁ ୨୦୨୬ ବୁକ୍ ଆୱାର୍ଡସ ପାଇଁ ହିନ୍ଦୀ ସର୍ଟଲିଷ୍ଟ ଘୋଷଣା
by
Proprietor Abhimanyu Maharana
July 9, 2026
କଣ୍ଟାବାଞ୍ଜି ପୋଲିସର ତତ୍ପରତା ଓ ଅନିଲ ଅଗ୍ରୱାଲଙ୍କ ସାଧୁତା
by
Proprietor Abhimanyu Maharana
July 8, 2026
କାମ ସାରି ଘରକୁ ଫେରୁଥିବା ବେଳେ ନିଖୋଜ ହେଲେ ଡ୍ରାଇଭର ସୀତାରାମ ସାହୁ
by
Proprietor Abhimanyu Maharana
July 8, 2026
ଭାଲୁଖାଇ ଛେଳି ଗୁହାଳରୁ ଦୁଇ ଯୁବକଙ୍କ ଶବ ଉଦ୍ଧାର, କାରଣ ଅସ୍ପଷ୍ଟ
by
Proprietor Abhimanyu Maharana
July 8, 2026
ରଥଯାତ୍ରା ପାଇଁ ପୋଲିସ ଓ ୮ ସାହି ବାସିନ୍ଦାଙ୍କ ସହ ସମନ୍ୱୟ ବୈଠକ
by
Proprietor Abhimanyu Maharana
July 8, 2026
ରଥଯାତ୍ରାରେ ବିପଦ ସାଜିବ ମୁକୁଳା ଡ୍ରେନ
by
Proprietor Abhimanyu Maharana
July 8, 2026