ଓଡ଼ିଶା ତାଜା ନ୍ୟୁଜ ( ୨୭ ଅକ୍ଟୋବର ମଙ୍ଗଳବାର ) ଜଟଣୀ :- ଦୁର୍ନୀତିମୁକ୍ତ ସମାଜ ତଥା ରେଳବାଇରୁ ଦୁର୍ନୀତି ଦୂର କରିବା ଉପରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ 27.10.2020 ରୁ 02.11.2020 ପର୍ଯ୍ୟନ୍ତ “ସତର୍କତା ସଚେତନତା ସପ୍ତାହ” ପାଳନ କରୁଛି । 2020 ବର୍ଷର ବିଷୟବସ୍ତୁ ହେଉଛି “ସତର୍କ ଭାରତ, ସମୃଦ୍ଧ ଭାରତ” । ଏହି ପାଳନ ସମୟରେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ର ରେଳ ପ୍ରବନ୍ଧକ ଶ୍ରୀ ଶଶି କାନ୍ତ ସିଂହ, ଅଧିକାରୀ ଏବଂ କର୍ମଚାରୀଙ୍କୁ ଏହି “ସଚ୍ଚୋଟତା ଶପଥ”କୁ ଭର୍ଚୁଆଲ ଉପାୟରେ ପରିଚାଳନା କରିଥିଲେ । ଶ୍ରୀ ସିଂହ କହିଛନ୍ତି ଯେ ପ୍ରତ୍ୟେକ ନାଗରିକ ସଜାଗ ରହିବା ଉଚିତ ଏବଂ ସର୍ବଦା ସର୍ବୋଚ୍ଚ ସାଧୁତା ଏବଂ ସଚ୍ଚୋଟତା ପାଇଁ ଶପଥ ନେବା ଉଚିତ ଏବଂ ଦୁର୍ନୀତି ବିରୋଧରେ ସ°ଗ୍ରାମକୁ ସମର୍ଥନ କରିବା ଉଚିତ । ଦୁର୍ନୀତି ଦୂର କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ସମସ୍ତ ପ୍ରମୁଖ ରେଳ ଷ୍ଟେସନରେ ରେଲୱେ କର୍ମଚାରୀ ମାନେ ସଚ୍ଚୋଟତା ପାଇଁ ଶପଥ ନେଇଥିଲେ । ସତର୍କତା ସଚେତନତା ସପ୍ତାହ 02 ନଭେମ୍ବର 2020 ପର୍ଯ୍ୟନ୍ତ ଜାରି ରହିବ। ଏହି ପାଳନ ସମୟରେ ଦୁର୍ନୀତି ନିବାରଣ ଉପରେ ସଚେତନତା ବ୍ୟାନର , ପୋଷ୍ଟର, ସେମିନାର, ନୁକ୍କଡ ନାଟକ, କର୍ମଶାଳା, କର୍ମଚାରୀ ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କ ପାଇଁ କୁଇଜ୍ ଏବଂ ସ୍ପର୍ଶ କାତର କାର୍ଯ୍ୟକ୍ରମ ମାଧ୍ୟମରେ କରାଯିବ । ଏହି କାର୍ଯ୍ୟକ୍ରମକୁ ଶ୍ରୀ ରଂଜନ କୁମାର ମହାନ୍ତି, ବରିଷ୍ଠ ମଣ୍ଡଳ କାର୍ମିକ ଅଧିକାରୀ ସ°ଯୋଜନା କରି ଥିଲେ । ( ରିପୋର୍ଟ – ଇଫତେଖାର ଅଲ୍ଲୀ )
ସତର୍କତା ସଚେତନତା ସପ୍ତାହରେ ସଚ୍ଚୋଟତା ପାଇଁ ଶପଥ – ଜଟଣୀ

- Categories: Uncategorized, ଓଡ଼ିଶା, ହୋମ୍
Related Content
ଅସୁସ୍ଥଥିବା କଟକ ମହାନଗର ଶାନ୍ତି କମିଟିର ଶ୍ରୀ ଭିକାରୀ ଦାସଙ୍କୁ ଭେଟିଲେ ସି.ପି.ଆଇ ନେତୃମଣ୍ଡଳୀ
by
Proprietor Abhimanyu Maharana
September 18, 2026
ମା "ମଙ୍ଗଲ ଚଣ୍ଡୀଙ୍କ ନୂତନ ପିତ୍ତଳ ମେଢରେ ଝଲସିଲା ପୁଜା ମଣ୍ଡପ
by
Proprietor Abhimanyu Maharana
September 18, 2026
ବନମାଳୀପୁର ଦୁର୍ଗା ପୂଜାରେ ବିନା ଡି 'ଜେ' ରେ ଶୃଙ୍ଖଳିତ ପୂଜା ପାଇଁ ନିଷ୍ପତ୍ତି
by
Proprietor Abhimanyu Maharana
September 18, 2026
"ମୋ ପରିବାର" ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀ ସମ୍ମାନୀତ
by
Proprietor Abhimanyu Maharana
September 17, 2026
ଅମ୍ବାନୀ ପରିବାର ଗଣେଶ ପୂଜାରେ ଯୋଗଦେଲେ ଅଚ୍ୟୁତ ସାମନ୍ତ
by
Proprietor Abhimanyu Maharana
September 17, 2026
ସାମୁହିକ ଗଣେଷ ମେଢ଼ ବିସର୍ଜନ ଲାଗି ପ୍ରଶାସନିକ ପ୍ରସ୍ତୁତି ବୈଠକ
by
Proprietor Abhimanyu Maharana
September 17, 2026