ଓଡ଼ିଶା ତାଜା ନ୍ୟୁଜ ( ୨୭ ଅକ୍ଟୋବର ମଙ୍ଗଳବାର ) କବିସୂର୍ଯ୍ୟନଗର :- ଗଂଜାମ ଜିଲ୍ଲାର ମୁଖ୍ୟ ରାସ୍ତା କହିଲେ ଆସ୍କା – ଭୁବନେଶ୍ୱର ରାସ୍ତାକୁ ବୁଝାଏ ହେଲେ ଗତ କିଛି ମାସ ହେଲା ଆସ୍କା ରୁ କବିସୂର୍ଯ୍ୟନଗର ରାସ୍ତାରେ ଚାଲି ଯିବା ପାଇଁ ମଧ୍ୟ ଲୋକେ ନିରାପଦ ମଣୁନାହାଁନ୍ତି । ଏହି ରାସ୍ତାରେ ଦୈନିକ ସହ ସହ ମୋଟର ଗାଡ଼ି ଯିବା ଆସିବା କରେ । ଏହି ରାସ୍ତା ଏତେ ପରିମାଣରେ କଦର୍ଯ୍ୟ ହୋଇ ଖାଲ ଖମା ହୋଇଛି ଯେ ପ୍ରତି ମୁହୂର୍ତ୍ତ ବିପଦ। ବିଭାଗୀୟ ଅଧିକାରୀ ଠାରୁ ଆରମ୍ଭ କରି ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟ ଇଚ୍ଛା ଶକ୍ତିର ଅଭାବ । ୨୦୧୯ – ୨୦ ରେ ଏହି ରାସ୍ତା ସଂପ୍ରସାରଣ ପାଇଁ ଟେଣ୍ଡର ହୋଇଛି । ରାସ୍ତା ସଂପ୍ରସାରଣ ଟେଣ୍ଡର ଆରକେଡି ନେଇଛି। ବୁଢାମ୍ବ ଭାୟା କବିସୂର୍ଯ୍ୟନଗର – ଆସ୍କା – ବାଲିପଦର ରାସ୍ତା ପାଇଁ ୪୪,୮୧,୨୫,୩୬୦ ଟଙ୍କାର କାର୍ଯ୍ୟ ପାଇଁ ଏଗ୍ରୀମେଣ୍ଟ ହୋଇଛି । ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ଠାରୁ ନିମ୍ନ ମାନର କାର୍ଯ୍ୟ ହେଉଥିବା ଅଭିଯୋଗ ଉଠିଛି । ବର୍ଷ ଓ ରକ୍ଷଣାବେକ୍ଷଣ ଯୋଗୁଁ କବିସୂର୍ଯ୍ଯ ନଗର ଠାରୁ ଆସ୍କା ରାସ୍ତା ମରଣଯନ୍ତା ପାଲଟିଛି । ପୂର୍ତ୍ତ ବିଭାଗର ଦାୟିତ୍ୱହିନତା କାର୍ଯ୍ୟ, ଲୋକ ପ୍ରତିନିଧିଙ୍କ ନିଷ୍କ୍ରିୟତା ଏବଂ ବିରୋଧୀ ଦଳ ଦୁର୍ବଳତା ଯୋଗୁଁ ଏହି ଭଳି ଅବସ୍ଥା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ବର୍ତ୍ତମାନ ଏହି ରାସ୍ତା ମରାମତି କାର୍ଯ୍ୟ ଆରକେଡି କରିବ ନା ବିଭାଗ ମରାମତି ନାମରେ ଅନୁଦାନ ଦେଇ ତଳିପକା କାର୍ଯ୍ୟ କରିବ ତାହା ଦେଖିବାକୁ ବାକି ରହିଲା । ଯାହା ବି ହେଉ ସାଧାରଣ ଜନତାଙ୍କ ସୁରକ୍ଷା ଦୃଷ୍ଟିରୁ ରାସ୍ତା ତୁରନ୍ତ ମରମତି ହେବା ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି । ( ରିପୋର୍ଟ: ଶେଷଦେବ ସାହୁ )
ଆସ୍କା ଠାରୁ କବିସୂର୍ଯ୍ୟନଗର ରାସ୍ତା ମରଣ ଯନ୍ତା ପାଲଟିଛି

- Categories: Uncategorized, ଓଡ଼ିଶା, ହୋମ୍
Related Content
କଳିଙ୍ଗ ସାହିତ୍ୟ ମହୋତ୍ସବ ପକ୍ଷରୁ ୨୦୨୬ ବୁକ୍ ଆୱାର୍ଡସ ପାଇଁ ହିନ୍ଦୀ ସର୍ଟଲିଷ୍ଟ ଘୋଷଣା
by
Proprietor Abhimanyu Maharana
July 9, 2026
କଣ୍ଟାବାଞ୍ଜି ପୋଲିସର ତତ୍ପରତା ଓ ଅନିଲ ଅଗ୍ରୱାଲଙ୍କ ସାଧୁତା
by
Proprietor Abhimanyu Maharana
July 8, 2026
କାମ ସାରି ଘରକୁ ଫେରୁଥିବା ବେଳେ ନିଖୋଜ ହେଲେ ଡ୍ରାଇଭର ସୀତାରାମ ସାହୁ
by
Proprietor Abhimanyu Maharana
July 8, 2026
ଭାଲୁଖାଇ ଛେଳି ଗୁହାଳରୁ ଦୁଇ ଯୁବକଙ୍କ ଶବ ଉଦ୍ଧାର, କାରଣ ଅସ୍ପଷ୍ଟ
by
Proprietor Abhimanyu Maharana
July 8, 2026
ରଥଯାତ୍ରା ପାଇଁ ପୋଲିସ ଓ ୮ ସାହି ବାସିନ୍ଦାଙ୍କ ସହ ସମନ୍ୱୟ ବୈଠକ
by
Proprietor Abhimanyu Maharana
July 8, 2026
ରଥଯାତ୍ରାରେ ବିପଦ ସାଜିବ ମୁକୁଳା ଡ୍ରେନ
by
Proprietor Abhimanyu Maharana
July 8, 2026